ଓଡ଼ିଶାଲାଇଭ୍‌ ବ୍ୟୁରୋj 17 airjet

ଚୀନ୍ ସୀମାରେ ପୁଣିଥରେ ଭାରତୀୟ ବାୟୁସେନା ଶକ୍ତି ପ୍ରଦର୍ଶନ କରିଛି।  ସୁଖୋଇ – ୩୦, ଏମ୍‌କେଇ ଏବଂ ମିଗ୍‌ ୨୯ ଲଢ଼ୁଆ ବିମାନ ସୀମାରେ ଗର୍ଜୁଛି। ବାୟୁସେନାର ଏହି ସବୁ ଲଢ଼ୁଆ ଯୁଦ୍ଧ ବିମାନ ଚୀନ ସୀମାରେ ମୁତୟନ କରି ଚୀନ ଉପରେ ତୀକ୍ଷଣ ନଜର ରଖିଛି ବାୟୁସେନା।

‘‘ଏହି ବେସରେ ନିୟୋଜିତ ବାୟୁସେନାର ପ୍ରତ୍ୟେକ ପାଇଲଟ ସମ୍ପୂର୍ଣ୍ଣ ତାଲିମପ୍ରାପ୍ତ ଏବଂ ସମସ୍ତ ଆହ୍ୱାନକୁ ସମ୍ମୁଖୀନ କରିବାକୁ ସକ୍ଷମ। ସୀମାରେ ଆଲର୍ଟ ଅଛି ବାୟୁସେନା’’, କହିଛନ୍ତି ଜଣେ ସ୍ୱାଡ୍ରନ ଲିଡର।

ଫରୱାର୍ଡ ଏୟାରବେସରୁ ଯୁଦ୍ଧ ବିମାନ ବ୍ୟତୀତ ଟ୍ରାନ୍ସପୋର୍ଟ ବିମାନ ମଧ୍ୟ ଉଡ଼ୁଛି। ଏହାଦ୍ୱାରା ଯବାନଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ପହଞ୍ଚାଯାଉଛି। ଯବାନଙ୍କ ନିକଟରେ ଖାଦ୍ୟ ସାମଗ୍ରୀ ଓ ଅନ୍ୟ ଆବଶ୍ୟକୀୟ ଜିନିଷ ପଠାଯାଉଛି। ଏହା ବ୍ୟତୀତ ଅସ୍ତ୍ରଶସ୍ତ୍ର ମଧ୍ୟ ଏଲଏସିକୁ ପଠାଯାଉଛି।

ଚୀନ ଯଦି ଏଥର ବିଶ୍ୱାସଘାତକତା କରିବ ତେବେ ଭାରତୀୟ ଯବାନ ଲହାର ଜବାବ ଦେବା ଲାଗି ପୂରା ପ୍ରସ୍ତୁତ ରହିଛି।

Comment