ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ଖୋଲିବନି ଖଣ୍ଡଗିରି ଏବଂ ଉଦୟଗିରି। ଏଥିସହିତ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ୯ଟି କୀର୍ତ୍ତିରାଜି ବନ୍ଦ ରହିବ। ଏନେଇ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଏଏସ୍ଆଇ ଓଡ଼ିଶା ସର୍କଲ ମୁଖ୍ୟଙ୍କୁ ଚିଠି ଲେଖି ଜଣାଇଦେଇଛନ୍ତି।

ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏଭଳି ପରିସ୍ଥିତିରେ ଏହି କୀର୍ତ୍ତିରାଜିଗୁଡ଼ିକ ଖୋଲିଲେ ସେଠାରେ ଲୋକଙ୍କ ଗହଳି ହେବ। ଯାହାକି କରୋନା ସଂକ୍ରମଣ ବୃଦ୍ଧିର କାରଣ ହୋଇପାରେ। ତେଣୁ ଏହାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଉ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି।

ଏହା ପୂର୍ବରୁ ଜୁଲାଇ ୬ ତାରିଖରୁ ଜିଲ୍ଲାର କିଛି ଐତିହ୍ୟ ସ୍ଥାନକୁ ଖୋଲିବାକୁ ଏଏସଆଇ ଓଡ଼ିଶା ସର୍କଲର ମୁଖ୍ୟ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଯାହାକୁ ଜିଲ୍ଲାପାଳ ମନା କରିଦେଇଛନ୍ତି।

Comment