ଓଡିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମିତ ଚିହ୍ନଟ ପରେ କଟକ ଶିଶୁଭବନ ଆଉଟଡୋର ବନ୍ଦ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଆଉଟଡୋର ବନ୍ଦ ରହିବ। ଏନେଇ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ ସୂଚନା ଦେଇଛନ୍ତି।
ଗତକାଲି ଶିଶୁଭବନରେ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେଣୁ କରୋନା ସଂକ୍ରମଣ ଆଶଙ୍କା ଥିବାରୁ ଆଉଟଡୋରକୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି ସମୟରେ ଜରୁରୀକାଳୀନ ସେବାଗୁଡ଼ିକ ଜାରି ରହିବ ବୋଲି ପ୍ରଫେସର ଶତପଥୀ ସୂଚନା ଦେଇଛନ୍ତି।














