ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୀମା ସଡ଼କ ସଂଗଠନ (ବର୍ଡର ରୋଡ ଅର୍ଗାନାଇଜେସନ) ଲେହ ନିକଟରେ ୩ ମାସରେ ୩ଟି ବ୍ରିଜ ନିର୍ମାଣ କରିଛି। ସାମରିକ ଦୃଷ୍ଟିକୋଣରୁ ଏହି ବ୍ରିଜଗୁଡ଼ିକ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ବ୍ରିଜ ସାହାଯ୍ୟରେ ଏବେ ଏଲଏସିରେ ଟ୍ୟାଙ୍କ ଏବଂ ଭାରୀ ଯାନ ପରିବହନ କରିବା ସହଜ ହେବ। ସମସ୍ତ ତିନୋଟି ସେତୁ ମାତ୍ର ତିନି ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।

ଅନ୍ୟପକ୍ଷରେ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୀମା ସଡ଼କ ସଙ୍ଗଠନର ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ସୀମାରେ ନିର୍ମାଣାଧୀନ ରାସ୍ତା କାମ ବିଷୟରେ ଆଲୋଚନା କରିଛନ୍ତି।

ଏହି ବୈଠକରେ ଲେଫ୍ଟନାଣ୍ଟ ଜେନେରାଲ ହରପାଲ ସିଂ ମଧ୍ୟ ସାମିଲ ଥିଲେ। ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କୁ ଏଲଏସିରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବିଷୟରେ ସୂଚନା ଦେଇଛନ୍ତି। ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ବୈଠକରେ ଭାରତ-ଚୀନ୍ ସୀମାରେ ବାକି ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଏଲଏସିରୁ ୨ କିଲୋମିଟର ଚୀନ ସୀମା ପଛକୁ ହଟିବା ପରେ ସୀମାରେ ଉତ୍ତେଜନା ଥମିଛି। ତଥାପି ଭାରତୀୟ ବାୟୁସେନା ଆକାଶ ମାର୍ଗରୁ ଚୀନ ଉପରେ ନଜର ରଖିଛନ୍ତି।

Comment