ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ବୁର୍ଲା ଏନଏସିର ୫ଟି ୱାର୍ଡ ଦୁଇ ଦିନ ପାଇଁ ସଟଡାଉନ୍। କରୋନା ସଂକ୍ରମଣ ଓ ଏହାର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ବୁର୍ଲା ଏନଏସିର ୱାର୍ଡ ନମ୍ବର ୩ରୁ ୭ ଜୁଲାଇ ୯ ତାରିଖ ଓ ୧୦ ତାରିଖ ଦୁଇଦିନ ପାଇଁ ସଟଡାଉନ୍ ରହିବ। ଏହି ସମୟରେ କରୋନାକୁ ରୋକିବାକୁ ସେଠାରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି।CGU newତେବେ ସଟଡାଉନ୍ ସମୟରେ ଭୀମସାର ଖୋଲାରହିବ। ସଟଡାଉନ୍ କଟକଣା ଭୀମସାର ପାଇଁ ଲାଗୁ ହେବନାହିଁ ବୋଲି କୁହାଯାଇଛି।

ରାଉରକେଲାରେ ଏବେ କରୋନା ସଂକ୍ରମଣ ଧୀରେ ଧୀରେ ବଢ଼ିବାକୁ ଲାଗିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୦୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଏବେ ବି ୫୮ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ସୂଚନା ରହିଛି।

Comment