ଓଡିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଟଡାଉନ ଜାରି ରହିଛି। ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ପୁରୀ ଜିଲ୍ଲାର ଅସ୍ତରଙ୍ଗ ବଜାର। ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଅସ୍ତରଙ୍ଗ ବଜାର ସଟଡାଉନ ହେବ ବୋଲି ପୁରୀ ଜିଲ୍ଲାପାଳ ଘୋଷଣା କରିଛନ୍ତି। କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ପୁରୀ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।

ଅସ୍ତରଙ୍ଗର ପ୍ରାୟ ୭୦ ପ୍ରତିଶତ ଲୋକ ଏହି ବଜାର ଉପରେ ନିର୍ଭର କରନ୍ତି। ସାପ୍ତାହିକ ହାଟ ସମେତ ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟ ପାଇଁ ବଜାରରେ ଗହଳି ଲାଗିରହିଥାଏ। ତେଣୁ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ବଜାରକୁ ୧୫ ଦିନିଆ ସଟଡାଉନ ଘୋଷଣା କରାଯାଇଛି।CGU newଏହି ସମୟରେ ସମସ୍ତ ଦୋକାନ ବନ୍ଦ ରହିବା ସହିତ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। କେବଳ ଔଷଧ ଦୋକାନ ଖୋଲା ରହିବ ଏବଂ ଜରୁରୀକାଳୀନ ସେବା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Comment