ଓଡ଼ିଶାଲାଇଭ୍ ବ୍ୟୁରୋ

  • ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ୩ ଦିନ ସଟଡାଉନ୍
  • ଜୁଲାଇ ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟଡାଉନ୍
  • ଘରକୁ ଘର ହେବ ସ୍କିନିଂ କରିବେ ୬୦ଟି ମେଡିକାଲ୍ ଟିମ୍

୩ ଦିନ ପାଇଁ ସଟଡାଉନ୍ ହେଲା ପାରଳାଖେମୁଣ୍ଡି ସହର। କରୋନା ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ଗଜପତି ଜିଲ୍ଲାପାଳ ପାରଳାଖେମୁଣ୍ଡିକୁ ସଟଡାଉନ୍ ଘୋଷଣା କରିଛନ୍ତି।

ଆସନ୍ତା ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସହର ସମ୍ପୂର୍ଣ୍ଣ ସଟଡାଉନ୍ ରହିବ। ଏହି ସମୟରେ ୬୦ଟି ମେଡିକାଲ୍ ଟିମ୍ ଦ୍ୱାରା ଘରକୁ ଘର ସ୍କ୍ରିନିଂ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।CGU new

ଏହି ସମୟରେ ଲୋକମାନେ ଘରେ ରହିବା ସହିତ ନିଜକୁ ସୁରକ୍ଷିତ ରଖିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଗଜପତି ଜିଲ୍ଲାରେ ଗତ କିଛି ଦିନ ଧରି କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସେଠାରୁ ୫୨୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଏବେ ବି ୧୫୮ ଆକ୍ରାନ୍ତ ସକ୍ରିୟ ଅଛନ୍ତି। ତେଣୁ କରୋନାକୁ ରୋକିବାକୁ ଜିଲ୍ଲାପାଳ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

Comment