ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗର ଜନୈକ ଯୁବକଙ୍କଠାରେ ଓଡ଼ିଶାରେ ହେବ କରୋନା ଟିକା ପରୀକ୍ଷଣ। ତାଙ୍କ ନାମ ହେଉଛି ଚିରଞ୍ଜୀବ ଧୀବର। ଚିରଞ୍ଜୀବଙ୍କ ବୟସ ୩୦ ବର୍ଷ ଓ ତାଙ୍କ ଘର ଦୁର୍ଗାପୁର। ସେ ହେବେ ପ୍ରଥମ ବ୍ୟକ୍ତି ଯିଏ ନିଜ ଆଡୁ କରୋନା ଭାକ୍ସିନର ମାନବ ପରୀକ୍ଷା ପାଇଁ ଆଗେଇ ଆସିଛନ୍ତି।
ଚିରଞ୍ଜୀବ ବୃତ୍ତିରେ ଜଣେ ଶିକ୍ଷକ। କିଛି ଦିନ ମଧ୍ୟରେ ସେ ଓଡ଼ିଶାରେ ପହଞ୍ଚିବେ। ଭୁବନେଶ୍ୱରରେ ତାଙ୍କଠାରେ ଟିକାର ପ୍ରୟୋଗ ହେବ।
ଚିରଞ୍ଜୀବ ଜଣେ ଆରଏସଏସ କର୍ମୀ ମଧ୍ୟ। ଆଇସିଏମଆର ଓ ଭାରତ ବାୟୋଟେକର ମିଳିତ ଉଦ୍ୟମରେ କରୋନା ଟିକା ଉଦ୍ଭାବନ କରାଯାଉଛି। ଚିରଞ୍ଜୀବ ତାଙ୍କ ଫେସବୁକ ପୃଷ୍ଠାରେ ଏକଥା ଲେଖିବା ସହ ସେ କହିଛନ୍ତି ଯେ, ଆରଏସଏସର ନୀତି ଅନୁସାରେ ସେ ଦେଶ ପାଇଁ ତାଙ୍କର ଶରୀର ଦାନ କରିବା ଲାଗି ସ୍ଥିର କରିଛନ୍ତି।
ଏପ୍ରିଲ ମାସରୁ ହିଁ ଚିରଞ୍ଜୀବ ନିଜ ଆଡୁ ଟିକା ଟ୍ରାଏଲରେ ଭାଗ ନେବା ପାଇଁ ଦରଖାସ୍ତ କରିଥିଲେ। ଗତ ରବିବାର ଦିନ ଆଇସିଏମଆର ପାଟନା ଶାଖାରୁ ତାଙ୍କ ପାଖକୁ କନ୍ଫର୍ମେସନ ଆସିଥିଲା।
ଭାରତରେ ଦୁଇଟି ଟିକା ପ୍ରସ୍ତୁତ କରିବାକୁ ସରକାର ଅନୁମତି ଦେଇଛନ୍ତି। ଗୋଟିକର ନାମ Covaxin ଓ ଅନ୍ୟଟି ZyCov -D।













