ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ରାସ୍ତାରେ ଯିବା ସମୟରେ ରାସ୍ତା କଡ଼ରେ ମାଇଲଖୁଣ୍ଟ ଦେଖିଥିବେ। ଯାହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନର ଦୂରତା କେତେ ତାହା ଆପଣଙ୍କୁ ଜଣାଇଥାଏ। ତେବେ ଆପଣ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରଙ୍ଗର ମାଇଲଖୁଣ୍ଟ ଦେଖିବାକୁ ପାଇଥିବେ। ଏହାର ତଳ ପାର୍ଶ୍ୱ ଧଳାରଙ୍ଗର ହୋଇଥିଲାବେଳେ ଏହାର ଉପର ପାର୍ଶ୍ୱର ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ।

କେତେକ ସ୍ଥାନରେ ଏହି ମାଇଲଖୁଣ୍ଟ ହଳଦିଆ ରଙ୍ଗର ହୋଇଥିଲାବେଳେ ଅନ୍ୟ କେତେକ ସ୍ଥାନରେ ସବୁଜ, କଳା କିମ୍ବା ନାରଙ୍ଗୀ ରଙ୍ଗର ହୋଇଥାଏ।

ତେବେ ଏହା ପଛର କାରଣ କ’ଣ ଜାଣିଛନ୍ତି କି? 

ଯଦି ଆପଣ ରାସ୍ତାକଡ଼ରେ ହଳଦିଆ ଓ ଧଳା ରଙ୍ଗର ମାଇଲଖୁଣ୍ଟ ଦେଖିବାକୁ ପାଇଲେ ତେବେ ଆପଣ ଜାଣିଯିବେ ଯେ ଆପଣ କୌଣସି ଜାତୀୟ ରାଜପଥରେ ଯାଉଛନ୍ତି।

ସେହିଭଳି ସବୁଜ ଓ ଧଳାରଙ୍ଗର ମାଇଲଖୁଣ୍ଟ ରାଜ୍ୟ ରାଜପଥରେ ଦେଖିବାକୁ  ମିଳିଥାଏ। ରାଜ୍ୟର ସମସ୍ତ ରାଜପଥରେ ଏହି ରଙ୍ଗର ମାଇଲଖୁଣ୍ଟ ସ୍ଥାପନ କରାଯାଇଥାଏ।CGU newଯେତେବେଳେ ଆପଣ କୌଣସି ବଡ଼ ସହର କିମ୍ବା ଜିଲ୍ଲାକୁ ପ୍ରବେଶ କରିବେ ସେ ସମୟରେ ଆପଣଙ୍କୁ ରାସ୍ତାକଡ଼ରେ କଳା ଓ ଧଳାରଙ୍ଗର ମାଇଲଖୁଣ୍ଟ ଦେଖିବାକୁ ମିଳିଥାଏ।
ନାରଙ୍ଗୀ ରଙ୍ଗର ମାଇଲଖୁଣ୍ଟ ମୁଖ୍ୟତଃ ବିଭିନ୍ନ ଗ୍ରାମାଞ୍ଚଳମାନଙ୍କରେ ଦେଖିବାକୁ ମିଳିଥାଏ।

Comment