ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ଅତିଥିମାନଙ୍କ ଦ୍ୱାରା ଚାରାରୋପଣ କରାଯିବା ସହିତ ପରିବେଶକୁ କିପରି ସୁରକ୍ଷିତ ରଖାଯାଇପାରିବ ସେନେଇ ଆଲୋଚନା କରାଯାଇଛି।ଏହି କାର୍ଯ୍ୟକ୍ରମରେ ଡିଆରଡିଏ ରାସ୍ତା କଡ଼ ଟାଙ୍ଗରା ପାହାଡ଼ରେ ଅତିଥିମାନଙ୍କ ଦ୍ୱାରା ଚାରାରୋପଣ କରାଯାଇଥିଲା। ଚଳିତବର୍ଷ ଜିଲ୍ଲାରେ ୪ ଲକ୍ଷ ଚାରାରୋପଣ କରିବାର ଯୋଜନା ରହିଛି ବୋଲି ବନ ବିଭାଗ ସୂଚନା ଦେଇଛି। ଜିଲ୍ଲାର ଶ୍ରେଷ୍ଠ ଜଙ୍ଗଲ ସୁରକ୍ଷା ସମିତିକୁ ରାଜ୍ୟସ୍ତରୀୟ ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା।
CGU new

କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପୋମା ଟୁଡୁଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବଜୟନ୍ତିମାଳା ମହାନ୍ତି, ଏସପି ପ୍ରତ୍ୟୁଷ ଦିୱାକର ଏବଂ ଡିଏଫଓ ଧନରାଜ ଏଚଡି ପ୍ରମୁଖ ଯୋଗ ଦେଇଥିଲେ।

Comment