ଓଡ଼ିଶାଲାଇଭ୍‌ ବ୍ୟୁରୋ

୬୮ ପ୍ରବାସୀ ଓଡ଼ିଆଙ୍କୁ ନେଇ ବାହାରିନ୍‌ରୁ ଭୁବନେଶ୍ୱର ଆସୁଛି ଏୟାର ଇଣ୍ଡିଆର ଆଉ ଏକ ବିମାନ।

‘ବନ୍ଦେ ଭାରତ ମିଶନ’ ଯୋଜନାରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଆଜି ବାହାରିନ୍‌ ଛାଡ଼ିଛି। ୭୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏହି ବିମାନ ଭୟା ଦିଲ୍ଲୀ ଦେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆଜି ରାତି ୧୦ଟା୨୦ରେ ପହଞ୍ଚିବ। ନିଜ ଭିଟାମାଟିକୁ ଫେରୁଥିବାରୁ ପ୍ରବାସୀ ଓଡ଼ିଆମାନେ ଖୁସି ପ୍ରକାଶ କରିଛନ୍ତି। ବାହାରିନ୍‌ ଓଡ଼ିଆ ସମାଜ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯାଇଥିଲା।

CGU newମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁଁ ଓଡ଼ିଆ ଭାଇ ଭଉଣୀମାନେ ବାହାରିନରୁ ସେମାନଙ୍କ ମାତୃଭୂମିକୁ ଫେରିପାରୁଛନ୍ତି। ବାହାରିନର ଓଡ଼ିଆ ଭାଇ ଭଉଣୀମାନଙ୍କ ପାଇଁ ଦ୍ୱିତୀୟ ବିମାନସେବା କରାଯାଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟିକଳ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ବାହାରିନରେ ଥିବା ଭାରତୀୟ ଦୂତାବାସକୁ ଧନ୍ୟବାଦ ଦେଇଛନ୍ତି ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜ।

କରୋନା ସଙ୍କଟ ବେଳେ ଜୀବିକା ହରାଇଥିବା ଓଡ଼ିଆମାନେ କେମିତି ନିଜ ରାଜ୍ୟକୁ ଫେରିବେ ସେନେଇ ସମସ୍ତ ଉଦ୍ୟମ କରିଥିଲା ବାହାରିନ୍‌ ଓଡ଼ିଆ ସମାଜ। ବାହାରିନର ପ୍ରବାସୀ ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅପିଲ୍‌ କରିଥିଲା ବାହାରିନ୍‌ ଓଡ଼ିଆ ସମାଜ। ଜୁନ୍‌ ୨୦ରେ ପ୍ରଥମ ବିମାନ ବାହାରିନରୁ ଭୁବନେଶ୍ୱର ଆସିଥିଲା। ଏହାପରେ ଆଜି ଆଉ ଏକ ବିମାନ ବିାହାରିନରୁ ଭୁବନେଶ୍ୱର ଆସୁଛି।

ଓଡ଼ିଶା ଫେରିବା ପାଇଁ ପ୍ରବାସୀ ଓଡ଼ିଆଙ୍କ ପଞ୍ଜୀକରଣଠାରୁ ଆରମ୍ଭ କରି ବିମାନ ଟିକେଟ ଆଣିବା ପର୍ଯ୍ୟନ୍ତ ବାହାରିନ ଓଡ଼ିଆ ସମାଜର ସଦସ୍ୟମାନେ ସମସ୍ତ ପ୍ରକାର ସହଯୋଗ କରିଥିଲେ।

ବାହାରିନ୍‌ ଓଡ଼ିଆ ସମାଜର କାର୍ଯ୍ୟକାରୀ କମିଟିର ସଦସ୍ୟ ସୁବାସ ସାହୁ, ହିମାଂଶୁ ତାଲଦି, ସୁନିତା ପ୍ରହରାଜ, ମାନସ ରଞ୍ଜନ ପଟ୍ଟନାୟକ, ତାପସ ରାଜ, ଧିରେନ ଦାସ, ସୁନିଲ ରାଉତ, ଅମୀୟ କୁମାର ସ୍ୱାଇଁ, ରମେଶ ପାଣିଗ୍ରାହୀ ମହାପ୍ରଭୁ ଜଗନ୍ନାଥଙ୍କୁ କୃତଜ୍ଞତା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comment