ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

 

ଓଡ଼ିଶା ଷ୍ଟେଟ୍ ସିଲେକ୍ସନ ବୋର୍ଡ ଅଧୀନରେ ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଜୁନିୟର ଆସିଷ୍ଟାଣ୍ଟ ଏବଂ ଜୁନିୟର ଷ୍ଟେନୋଗ୍ରାଫର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟାକୁ ଜୁଲାଇ ୧୫ ଯାଏଁ ଘୁଞ୍ଚାଇ ଦିଆଯାଇଛି।  ଏହି ନିଯୁକ୍ତି ଓଡ଼ିଶାର ୭ଟି ବିଶ୍ୱବିଦ୍ୟାଳୟଗୁଡ଼ିକରେ ଦିଆଯିବ।

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ

  • ଜୁନିୟର ଆସିଷ୍ଟାଣ୍ଟ-୧୫ଟି ପଦବୀ
  • ଜୁନିୟର ଷ୍ଟେନୋଗ୍ରାଫର- ଗୋଟିଏ ପଦବୀ

ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର

  • ଜୁନିୟର ଆସିଷ୍ଟାଣ୍ଟ- ୪୬ଟି ପଦବୀ
  • ଜୁନିୟର ଷ୍ଟେନୋଗ୍ରାଫର- ୫ଟି ପଦବୀ

ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱର

  • ଜୁନିୟର ଆସିଷ୍ଟାଣ୍ଟ- ୨୦ଟି ପଦବୀ

ରେଭେନ୍ସା ବିଶ୍ୱ ବିଦ୍ୟାଳୟ, କଟକ

  • ଜୁନିୟର ଆସିଷ୍ଟାଣ୍ଟ- ୧୯ଟି ପଦବୀ
  • ଜୁନିୟର ଷ୍ଟେନୋଗ୍ରାଫର- ୨ଟି ପଦବୀ

CGU new

 

ଖଲିକୋଟ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର

  • ଜୁନିୟର ଆସିଷ୍ଟାଣ୍ଟ- ୮ଟି ପଦବୀ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

  • ଜୁନିୟର ଆସିଷ୍ଟାଣ୍ଟ- ୧୭ଟି ପଦବୀ
  • ଜୁନିୟର ଷ୍ଟେନୋଗ୍ରାଫର- ୩ଟି ପଦବୀ

ସମ୍ବଲପୁର ବିଶ୍ୱବିଦ୍ୟାଳୟ

  • ଜୁନିୟର ଆସିଷ୍ଟାଣ୍ଟ- ୨୫ଟି ପଦବୀ

ବୟସ ସୀମା- ୨୦୨୦ ମାର୍ଚ୍ଚ ୧ ସୁଦ୍ଧା ୨୧ରୁ ୩୨ ବର୍ଷ (ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି)

ଯୋଗ୍ୟତା- ଯେକୌଣସି ବିଭାଗରେ ବ୍ୟାଚେଲର୍ ଡିଗ୍ରୀ ହାସଲ କରିବା ସହ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବେ। କେବଳ ଜୁନିୟର ଷ୍ଟେନୋଗ୍ରାଫର ପଦବୀ ପାଇଁ ମିନିଟ୍ ପିଛା ୮୦ଟି ଶବ୍ଦ ଟାଇପ୍ କରିପାରୁଥିବେ। ଲିଖିତ ପରୀକ୍ଷା ଏବଂ ସ୍କିଲ୍ ଟେଷ୍ଟ ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ।

ଆବେଦନ ଶୁଳ୍କ

  • SC/ST/PWD- ୫୦୦ ଟଙ୍କା
  • ଅନ୍ୟ ସମସ୍ତଙ୍କ ପାଇଁ- ୧୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ଅଫିସିଆଲ ଓ୍ୱେବସାଇଟରୁ ଅନଲାଇନ ଆବଦନ କରିପାରିବେ।

ଅଧିକ ସୂଚନା ପାଇଁ ssbodisha.nic.inରେ ଲଗ୍ଇନ୍ କରନ୍ତୁ। ଯୋଗ ହୋଇଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଜୁନିୟର ଆସିଷ୍ଟାଣ୍ଟ ପଦବୀର ନିଯୁକ୍ତି ବିଷୟରେ ଜାଣିବାକୁ – କ୍ଲିକ୍ କରନ୍ତୁ

LEAVE A REPLY

Please enter your comment!
Please enter your name here