ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଲୋକସେବା ଆୟୋଗରେ ୩୩ଟି ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏନେଇ ଓଡ଼ିଶା ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ନିଯୁକ୍ତ ପ୍ରାର୍ଥୀମାନଙ୍କୁ କଟକ ସ୍ଥିତ ଓପିଏସସିର କାର୍ଯ୍ୟାଳୟରେ ନିଯୁକ୍ତି ମିଳିବ।

ଏହି ପଦବୀ ପାଇଁ ହେବାକୁଥିବା ପରୀକ୍ଷା ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ସେପ୍ଟେମ୍ବର ୮ ଆବେଦନର ଶେଷ ତାରିଖ।

ଆପଣମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଜୁନିୟର ଆସିଷ୍ଟାଣ୍ଟ – ୩୩

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • ସେମାନଙ୍କର କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

ଏହି ସବୁ ପଦବୀ ପାଇଁ ଓପିଏସସି ପକ୍ଷରୁ ଲିଖିତ ପରୀକ୍ଷା କରାଯିବ। ଏଥିରେ ଭଲ କରିଥିବା ପ୍ରାର୍ଥୀଙ୍କର କମ୍ପ୍ୟୁଟର ସ୍କିଲ ଟେଷ୍ଟ କରାଯିବ। ଉଭୟ ଲିଖିତ ପରୀକ୍ଷା ଓ ସ୍କିଲ ଟେଷ୍ଟକୁ ଆଧାର କରି ମେରିଟ ଲିଷ୍ଟ ବାହାର କରାଯିବ। ମେରିଟ ଲିଷ୍ଟ ଅନୁସାରେ ପ୍ରାର୍ଥୀମାନଙ୍କୁ ପଦବୀରେ ନିଯୁକ୍ତି ଦିଆଯିବ।

କେମିତି କରିବେ ଆବେଦନ

  • ଓପିଏସସିର ୱେବସାଇଟ୍ opsc.gov.inକୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ‘ଜୁନିୟର ଆସିଷ୍ଟାଣ୍ଟ’ ପଦ ପାଇଁ ରେଜିଷ୍ଟ୍ରେସନ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

 

ଏହି ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ କେବେ ଲିଖିତ ପରୀକ୍ଷା କରାଯିବ, ସେ ନେଇ ଓପିଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀ ସମ୍ବନ୍ଧୀୟ ଅଧିକ ସୂଚନା ଓପିଏସସିର ୱେବସାଇଟରେ ଉପଲବ୍ଧ।

Tags: #OPSC #JuniorAssistant #Employment #Careers #Odisha

Comment