ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଅଧିନସ୍ଥ କାରାଗାର ନିର୍ଦେଶାଳୟରେ କନିଷ୍ଠ ସହାୟକ (ଜୁନିୟର ଆସିଷ୍ଟାଣ୍ଟ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ପଦବୀ କେବଳ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ। ଏହି ନିଯୁକ୍ତି ୧ ବର୍ଷ ଚୁକ୍ତିଭିତ୍ତିକ ପାଇଁ ମିଳିବ।

ଏହି ପଦବୀ ପାଇଁ ପ୍ରାର୍ଥୀମାନଙ୍କୁ ଅଫଲାଇନରେ ଆବେଦନ ଜାରି ରହିଛି। ମେ’ ମାସ ୨୨ ତାରିଖ ଯାଏଁ ଏହି ଆବେଦନ ଜାରି ରହିବ। ଯଦି ଆପଣମାନେ ଓଡ଼ିଶା କାରାଗାର ନିର୍ଦେଶାଳୟର ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଜୁନିୟର ଆସିଷ୍ଟାଣ୍ଟ – ୧୦

ଯୋଗ୍ୟତା

  • ଅବସରପ୍ରାପ୍ତ କର୍ମଚାରୀଙ୍କ ବୟସ ୬୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ସେମାନେ ଶରୀରିକ ଓ ମାନସିକ ସ୍ତରରେ ସୁସ୍ଥ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଏହି ପଦବୀ ପାଇଁ ପ୍ରଥମେ ପ୍ରାର୍ଥୀମାନଙ୍କ ଆବେଦନ ପତ୍ର ଯାଞ୍ଚ କରାଯିବ
  • ଯାଞ୍ଚ ପରେ ପ୍ରାର୍ଥୀମାନଙ୍କର ଏହି ପଦବୀ ପାଇଁ ଗଠିତ ଚୟନ କମିଟି ଦ୍ୱାରା ଇଣ୍ଟରଭ୍ୟୁ କରାଯିବ
  • ଏଥିରେ ସଫଳ ହୋଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ

କେମିତି କରିବେ ଆବେଦନ

  • ଓଡ଼ିଶା ସରକାରଙ୍କ ଗୃହବିଭାଗର ୱେବସାଇଟରୁ ଆବେଦନ ଫର୍ମ ଡାଉନଲୋଡ କରନ୍ତୁ
  • ଏହି ଫର୍ମକୁ ଭଲ ଭାବେ ପୂରଣ କରନ୍ତୁ
  • ଏହପରେ ଏହି ଫର୍ମକୁ ରେଜିଷ୍ଟେଡ୍ କିମ୍ବା ସ୍ପିଡପୋଷ୍ଟ ମାଧ୍ୟମରେ ପଠାନ୍ତୁ
  • ଠିକଣା – କାରାଗାର ନିର୍ଦେଶାଳୟ ଓ ସଂସ୍କାର ସେବା ସଂସ୍ଥା, ଓଡ଼ିଶା, ମୁଖ୍ୟ କାର୍ଯ୍ୟାଳୟ, ତୃତୀୟ ମହଲା, ଦକ୍ଷିଣ ପ୍ରାନ୍ତ, ୟୁନିଟ – ୫, ଭୁବନେଶ୍ଵର ୭୫୧୦୦୧  

ଏହି ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ କେବେ ଇଣ୍ଟରଭ୍ୟୁ କରାଯିବ, ସେ ନେଇ ଓଡ଼ିଶା କାରାଗାର ନିର୍ଦେଶାଳୟ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ପରୀକ୍ଷାର ଅଧିକ ସୂଚନା ଓଡ଼ିଶା ଗୃହ ବିଭାଗର ୱେବସାଇଟରେ ଉପଲବ୍ଧ।

Tags: #JuniorAssistant #DirectorateofPrison #RetiredGovtEmployees #Odisha

 

Comment