ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟର ୮ଟି ହଟସ୍ପଟ୍ ଜିଲ୍ଲାର ଲୋକଙ୍କୁ ଢେଙ୍କାନାଳ ପ୍ରବେଶ ମନା। କରୋନା ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଗଞ୍ଜାମ, ଖୋର୍ଦ୍ଧା,କଟକ,ଯାଜପୁର, ଗଜପତି,ବାଲେଶ୍ୱର, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାର ଲୋକମାନେ ଢେଙ୍କାନାଳ ଜିଲ୍ଲା ଭିତରକୁ ଯାଇପାରିବେ ନାହିଁ। ଯଦି କୌଣସି ଜରୁରୀ କାମରେ ଏହି ଜିଲ୍ଲାର ଲୋକ ଢେଙ୍କାନାଳ ଯିବେ ତେବେ ସେମାନେ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତମୂଳକ କରାଯାଇଛି।CGU newଏହି ଜିଲ୍ଲାମାନଙ୍କରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତେଣୁ ଏଠାରୁ ଯେଭଳି ସଂକ୍ରମଣ ଢେଙ୍କାନାଳକୁ ନବ୍ୟାପେ ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଢେଙ୍କାନାଳରେ ଏଯାବତ ୯୫ଟି ପଜିଟିଭ୍ କେସ୍ ସାମନାକୁ ଆସିଛି। ସେଥିମଧ୍ୟରୁ ୭୯ ଜଣ ସୁସ୍ଥ ହୋଇଥିବାବେଳେ ୧୬ ଜଣ ଏବେ ବି ସକ୍ରିୟ ଅଛନ୍ତି।

Comment