ଓଡ଼ିଶାଲାଇଭ୍‌ ବ୍ୟୁରୋ

ରବିବାର କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ  କେବଳ ସିଏମସି ଅଞ୍ଚଳର। ଏନେଇ ସିଏମସି ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ୯ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିଲା ବେଳେ ଗୋଟିଏ ହୋମ କ୍ୱାରେଣ୍ଟାଇନ କେସ୍‌ ରହିଛି।

CGU new

ବର୍ତ୍ତମାନ ସୁଦ୍ଧା ସିଏମସି ଅଞ୍ଚଳର ୨୪୮ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୦ ଜଣ  ସୁସ୍ଥ ହୋଇଥିଲା ବେଳେ ୧୫୬ ଆକ୍ଟିଭ୍‌ କେସ୍‌ ରହିଛି। ଏହି ଅଞ୍ଚଳରୁ ୨ ଜଣଙ୍କର କରୋନାରେ ଜୀବନ ଯାଇଛି।

Comment