ଓଡ଼ିଶାଲାଇଭ୍ ବ୍ୟୁରୋ

Bus-kolkata bus

ରାଜ୍ୟର ବଢ଼ି ଚାଲିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାର ବିଷୟ ପାଲଟି ସାରିଛି। ଏନେଇ ଭଦ୍ରକ- କୋଲକାତା ମଧ୍ୟରେ ବସ୍ ଚଳାଚଳ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ।

CGU new

ବଢ଼ୁଥିବା କରୋନା ଆକ୍ରାନ୍ତ ସଂଖ୍ୟା ସହ କୋଲକାତା ପାଲଟିଛି ହଟ୍-ସ୍ପଟ୍। ତେଣୁ ଏନେଇ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁନାହାନ୍ତି ଭଦ୍ରକ ପ୍ରଶାସନ। ତେଣୁ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଏପରି ନିଷ୍ପତ୍ତି ନେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ। ଏବେଠାରୁ ଭଦ୍ରକ ଏବଂ କୋଲକାତା ମଧ୍ୟରେ କୌଣସି ଗାଡ଼ି ଯାଇ ଆସି ପାରିବ ନାହିଁ।

Comment