ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁରସ୍ଥିତ ବୁର୍ଲା ମେଡିକାଲ କଲେଜରେ କରୋନା ଆକ୍ରାନ୍ତ ହେଲେ ୬ କୋଭିଡ୍ ଯୋଦ୍ଧା। ହସ୍ପିଟାଲର ୩ ଜଣ ଡାକ୍ତରଙ୍କ ସହ ୩ ଜଣ ନର୍ସ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ଡାକ୍ତର ଓ ନର୍ସ କରୋନା ସଂକ୍ରମିତ ଜଣାପଡ଼ିବା ପରେ କିଛି କର୍ମଚାରୀ ଓ ଡାକ୍ତରମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଆଗକୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଭିମସାରର ନିର୍ଦ୍ଦେଶକ ଲଳିତ ମେହେରା ଆଶଙ୍କା କରିଛନ୍ତି।corona-3ତେବେ ବର୍ତ୍ତମାନ ପାଇଁ ହସ୍ପିଟାଲର ଓପିଡିକୁ ବନ୍ଦ ରଖାଯାଇଛି। ଆସନ୍ତା ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ହସ୍ପିଟାଲର ଓପିଡି ବନ୍ଦ ରହିବ। କେବଳ ଗୁରୁତର ରୋଗୀଙ୍କ ଚିକିତ୍ସା କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ହସ୍ପିଟାଲରେ କରୋନା ସଂକ୍ରମଣ ରୋକିବାକୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ହସ୍ପିଟାଲ ପରିସରରେ ଥିବା ସମସ୍ତ ରୋଗୀ, ଆଟେଣ୍ଡାଣ୍ଟଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।CGU newଦିନକୁ ଦିନ ରାଜ୍ୟରେ କୋଭିଡ୍ ଯୋଦ୍ଧାମାନେ କରୋନା ସଂକ୍ରମିତ ହେଉଛନ୍ତି। ଯାହା ପ୍ରଶାସନ ପାଇଁ ଏବେ ଚିନ୍ତା ବଢ଼ାଇଛି। ତେଣୁ କୋଭିଡ୍ ଯୋଦ୍ଧା କିପରି ଭାବେ କରୋନା ସଂକ୍ରମିତ ନହେବେ ସେଥିପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି।

Comment