ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ରାଜ୍ୟରୁ ଆଜି ୬୧୮ ନୂଆ ପଜିଟିଭ୍ ଚିହ୍ନଟ 
  • ୪୧୧ କ୍ୱାରେଣ୍ଟାଇନରୁ ଚିହ୍ନଟ,୨୦୭ଟି ଲୋକାଲ୍ କେସ୍
  • ରାଜ୍ୟର ସଂକ୍ରମିତଙ୍କ ସଂଖ୍ୟା ୧୪,୮୯୮କୁ ବୃଦ୍ଧି

ରାଜ୍ୟରେ ଏବେ ଲଗାମ ବିହୀନ ହୋଇ ବଢ଼ିଚାଲିଛି କରୋନା ଭାଇରସ। ବୁଧବାର ଆଉ ୬୧୮ ନୂଆ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୧୪ ହଜାର ଡେଇଁଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଚିହ୍ନଟ ହୋଇଥିବା ଏହି ନୂଆ ଆକ୍ରାନ୍ତଙ୍କ ଭିତରୁ ୪୧୧ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୦୭ଟି ଲୋକାଲ୍ କେସ୍ ବୋଲି ଜଣାପଡ଼ିଛି।

ପ୍ରତିଥର ଭଳି ଏଥର ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୪, ବାଲେଶ୍ୱରରୁ ୬୧, ଭଦ୍ରକରୁ ୧, ବଲାଙ୍ଗିରରୁ ୨, ବୌଦ୍ଧରୁ ୨, କଟକରୁ ୧୬, ଢେଙ୍କାନାଳରୁ ୨, ଜଗତସିଂହପୁରରୁ ୨୬, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୧, କେନ୍ଦ୍ରାପଡ଼ାରୁ ୯ ଓ କେନ୍ଦୁଝରରୁ ୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।CGU newସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୧୦୭ , କୋରାପୁଟରୁ ୧, ମାଲକାନଗିରିରୁ ୧୩, ମୟୂରଭଞ୍ଜରୁ ୨୧, ନୟାଗଡ଼ରୁ ୧୫, ପୁରୀରୁ ୫, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୦ ଓ ସୁନ୍ଦରଗଡ଼ରୁ ୧୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ଏଯାବତ ରାଜ୍ୟରୁ ମୋଟ ୧୪,୮୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ୯୮୬୪ ଜଣ ସୁସ୍ଥ ହୋଇଥିବାବେଳେ ବାକି ୪୯୩୩ ଜଣ ଏବେ ବି ସକ୍ରିୟ ଅଛନ୍ତି ବୋଲି ସୂଚନା ରହିଛି।

Comment