ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • କରୋନାରେ ପ୍ରାଣ ହରାଇଲେ ଆଉ ୨ ଆକ୍ରାନ୍ତ
  • ଦୁଇଜଣ ଯାକ ମୃତକ ଗଞ୍ଜାମ ଜିଲ୍ଲାର
  • ରାଜ୍ୟର କରୋନା ମୃତ୍ୟୁସଂଖ୍ୟା ୭୯କୁ ବୃଦ୍ଧି

ରାଜ୍ୟରେ ଦିନକୁ ଦିନ ବେକାବୁ ହୋଇ ମାଡ଼ିଚାଲିଛି କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଗୁରୁବାର ଆଉ ୨ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୭୯କୁ ବୃଦ୍ଧି ପାଇଛି।

ଗୁରୁବାର ଗଞ୍ଜାମ ଜିଲ୍ଲାର ଦୁଇଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି। ସେମାନଙ୍କର ବୟସ ଯଥାକ୍ରମେ ୩୪ ବର୍ଷ ଓ ୫୧ ବର୍ଷ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଏହାକୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରୁ ୪୮ ଜଣ ପ୍ରାଣ ହରାଇସାରିଲେଣି। ସେହିପରି ଖୋର୍ଦ୍ଧାରୁ ୧୩, କଟକରୁ ୮ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।CGU new

ରାଜ୍ୟରୁ ଏଯାବତ ମୋଟ ୧୫,୩୯୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୭୯ ଜଣ ପ୍ରାଣ ହରାଇଛନ୍ତି। ଏଥିସହିତ ଆଉ ୨୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଅଣକୋଭିଡ୍ ଜନିତ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment