ଓଡିଶାଲାଇଭ୍ କରୋନା ବ୍ୟୁରୋ
- ରାଜ୍ୟରୁ ପୁଣି ୪୯୪ ପଜିଟିଭ୍ ଚିହ୍ନଟ
- କ୍ଵାରେଣ୍ଟାଇନରୁ ୩୨୨, ସ୍ଥାନୀୟ ଅଞ୍ଚଳରୁ ୧୭୨ ପଜିଟିଭ୍ ଚିହ୍ନଟ
- ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫,୩୯୨କୁ ବୃଦ୍ଧି
ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୩ଟି ଜିଲ୍ଲାରୁ ୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନରୁ ୩୨୨ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
7. Ganjam: 246
8. Jagatsinghpur: 1
9. Jajpur: 15
10. Kalahandi: 2
11. Kendrapada: 11
12. Keonjhar: 10
13. Khurda: 64
14. Koraput: 4
15. Malkangiri: 4
16. Mayurbhanj:14
17. Nabarangpur: 4
18. Nayagarh: 16
19. Nuapada: 9
20. Puri:7
21. Rayagada:1
22. Sambalpur: 4
23. Sundargarh: 10— I & PR Department, Odisha (@IPR_Odisha) July 16, 2020
ଏହି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଅନୁଗୁଳରୁ ଜଣେ, ବାଲେଶ୍ଵରରୁ ୨୧ ଜଣ, ଭଦ୍ରକରୁ ୭ ଜଣ, ବଲାଙ୍ଗୀରରୁ ୩ ଜଣ, ବୌଦ୍ଧରୁ ୨ ଜଣ, କଟକରୁ ୩୮ ଜଣ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୧୫ ଜଣ, କଳାହାଣ୍ଡିରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, କେନ୍ଦୁଝରରୁ ୧୦ ଜଣ, ଖୋର୍ଦ୍ଧାରୁ ୬୪ ଜଣ, କୋରାପୁଟରୁ ୪ ଜଣ, ମାଲକାନଗିରିରୁ ୪ ଜଣ, ମୟୂରଭଞ୍ଜରୁ ୧୪ ଜଣ, ନବରଙ୍ଗପୁରରୁ ୪ ଜଣ, ନୟାଗଡ଼ରୁ ୧୬ ଜଣ, ନୂଆପଡ଼ାରୁ ୯ ଜଣ, ପୁରୀରୁ ୭ ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୪ ଜଣ ଏବଂ ସୁନ୍ଦରଗଡ଼ରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ପଜିଟିଭ୍ ସଂଖ୍ୟା ୧୫,୩୯୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୦,୪୬୭ ଜଣ ସୁସ୍ଥ ହୋଇଥିବାବେଳେ ୪୮୧୩ ଟି ଆକ୍ଟିଭ୍ କେସ୍ ରହିଛି। ଏଯାବତ୍ ରାଜ୍ୟରେ ୭୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।














