ଓଡିଶାଲାଇଭ୍ ବ୍ୟୁରୋ

ଜିଓ ପକ୍ଷରୁ ଲଞ୍ଚ ହୋଇଥିବା ଥ୍ରୀ-ଡି ଚଷମାରେ କ’ଣ ରହିଛି ବୈଶିଷ୍ଟ୍ୟ ଜାଣନ୍ତୁ।

କରୋନା ମହାମାରୀ ସମୟରେ ଅନଲାଇନ୍ ମିଟିଂ ଏବଂ କ୍ଲାସ କରିବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଏକ ହାଇଟେକ୍ ଚଷମା ଲଞ୍ଚ କରାଯାଇଛି। ଜିଓର ଏହି ନୂଆ ଉତ୍ପାଦକୁ ଜିଓଗ୍ଲାସ୍ ନାମରେ ନାମିତ କରାଯାଇଛି। ଏହି ଚଷମାର ଓଜନ ହେଉଛି ମାତ୍ର ୭୫ ଗ୍ରାମ। ଏହା ସର୍ବଶ୍ରେଷ୍ଠ ରିୟଲିଟି ସେବା ପ୍ରଦାନ କରିବାକୁ ସକ୍ଷମ। କେବଳ ଗୋଟିଏ କେବୁଲରେ ସଂଯୁକ୍ତ ହେବା ସହ ଏଥିରେ ପ୍ରଥମରୁ ୨୫ଟି ଆପ୍ ରହିଛି। ଏହି ଚଷମା ମାଧ୍ୟମରେ ଅନଲାଇନ୍ ମିଟିଂ ଏବଂ କ୍ଲାସ ବାସ୍ତବ ମନେ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ବୁଧବାର ଆର୍‌ଆଇଏଲ୍‌ର ବାର୍ଷିକ ସାଧାରଣ ବୈଠକରେ ଈଶା ଅମ୍ବାନୀ ଏବଂ ଆକାଶ ଅମ୍ବାନୀ ଜିଓଗ୍ଲାସ ଲଞ୍ଚ କରିଛନ୍ତି। ଏହି ଡିଜିଟାଲ ଚଷମା ସାହାଯ୍ୟରେ ମିଟିଂ ସମୟରେ ବ୍ୟବହାରକାରୀ ଥ୍ରୀ-ଡି ଭିଜୁଆଲ ସହ ଯୋଡ଼ି ହୋଇପାରିବେ। ଏହି ଚଷମା ସବୁ ପ୍ରକାର ଅଡିଓ ସପୋର୍ଟ କରିବ।ମିଳିବ ହାଇ ରିଜୋଲ୍ୟୁସନ ଡିସ୍‌ପ୍ଲେ

ଜିଓ ଏହି ସ୍ମାର୍ଟଗ୍ଲାସର ଗ୍ରାଫିକ୍ସକୁ ଉନ୍ନତ କରିବା ସହ ବ୍ୟବହାରକାରୀଙ୍କୁ କିପରି ଉନ୍ନତମାନର ଭିଜୁଆଲ ଅଭିଜ୍ଞତା ମିଳିବ ତାହାକୁ ସୁନିଶ୍ଚିତ କରିଛି। ହାଇ ରିଜୋଲ୍ୟୁସନ ଡିସ୍‌ପ୍ଲେ ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଥ୍ରୀ-ଡି ହୋଲେଗ୍ରାଫିକ୍ ଭିଡିଓ କଲ୍ ସପୋର୍ଟ

ଜିଓଗ୍ଲାସ୍ ରିୟଲ ଭିଡିଓ ମିଟିଂ ଏବଂ ଥ୍ରୀ-ଡି ଇଫେକ୍ଟ ପ୍ରଦାନ କରିବ। ଜିଓ ଗ୍ଲାସ ସାହାଯ୍ୟରେ ଲୋକମାନେ ନିଜ ଅଫିସରେ ହେଉଥିବା ଯେକୌଣସି ମିଟିଂରେ ସିଧାସଳଖ ସାମିଲ ହୋଇପାରିବେ। ଅଫିସରେ ଜିଓଗ୍ଲାସ୍ ବ୍ୟବହାରକାରୀ ଏକ ରୋବୋଟର ଥ୍ରୀଡି ଅବତାରରେ ନଜର ଆସିବେ। ଏହି ଚଷମାବ୍ୟବହାରକାରୀଙ୍କୁ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ଦେଖିପାରିବେ ଏବଂ ଅନୁଭବ ମଧ୍ୟ କରିପାରିବେ। ପ୍ରେଜେଣ୍ଟେସନ ବ୍ୟତୀତ ଏହି ଚଷମା ସାହାଯ୍ୟରେ ଅନ୍ୟାନ୍ୟ କାମ ମଧ୍ୟ କରାଯାଇପାରିବ।ଅନଲାଇନ୍ କ୍ଲାସରେ ମିଳିବ ବାସ୍ତବ ଅନୁଭୂତି

ଏହି ସ୍ମାର୍ଟ ଚଷମା ଜରିଆରେ ଅନଲାଇନ୍ କ୍ଲାସ କରାଯାଇପାରିବ। ପିଲା ଏବଂ ଶିକ୍ଷକମାନେ ଏହି ଚଷମାକୁ ବ୍ୟବହାର କରି ଏକ ଭର୍ଚୁଆଲ କ୍ଲାସ କରିପାରିବେ। ମହାମାରୀ ସମୟରେ ଅନଲାଇନ୍ କ୍ଲାସ ଆହୁରି ସହଜ ହୋଇଯିବ। ଏଥିସହ ପିଲା ଏବଂ ଶିକ୍ଷକ ଟେକ୍ନୋଲୋଜି ସାହାଯ୍ୟରେ ପରସ୍ପର ସହ ବାସ୍ତବରେ ସାକ୍ଷାତ କରିବା ପରି ଅନୁଭବ କରିବେ।

ଜିଓଗ୍ଲାସ ଜରିଆରେ ନିଜ ଇଚ୍ଛା ଅନୁସାରେ ବିଭିନ୍ନ ସ୍ଥାନକୁ ଦେଖିହେବ। ଏଥିସହ ତୀର୍ଥସ୍ଥଳୀ ବିଷୟରେ ଗବେଷଣାଠାରୁ ଆରମ୍ଭ କରି ଭୌଗୋଳିକ ଜ୍ଞାନ ଆଦିକୁ ଅତି ସହଜରେ ବୁଝିହେବ।CGU newଜିଓ ମିଟ୍‌ର ୫୦ ଲକ୍ଷରୁ ଅଧିକ ଡାଉନଲୋଡ୍

ଏଜିଏମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ କହିବା ଅନୁସାରେ ବହୁତ କମ ସମୟ ମଧ୍ୟରେ ଜିଓମିଟ୍ ଭିଡିଓ କନଫରେନ୍ସିଂ ଆପ୍‌କୁ ୫୦ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ କରିସାରିଲେଣି।

ଜିଓଗ୍ଲାସର ଉନ୍ନତମାନର ବୈଶିଷ୍ଟ୍ୟ ଦୃଷ୍ଟିରୁ ଏହା ଟେକ୍ନୋଲୋଜି ଦୁନିଆରେ ବିପ୍ଳବ ସୃଷ୍ଟି କରିବ ବୋଲି କୁହାଯାଉଛି।

Comment