ଓଡିଶାଲାଇଭ୍ କରୋନା ବ୍ୟୁରୋcorona positive

ଭାରତରେ କରୋନା ସଂକ୍ରମଣ ସାଂଘାତିକ ସ୍ଥିତିରେ ପହଞ୍ଚିଛି। ଶୁକ୍ରବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାର୍ କରିଛି। ମୃତକଙ୍କ ସଂଖ୍ୟା ୨୫,୬୦୨କୁ ବୃଦ୍ଧି ପାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୮୩୨କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୩୪,୯୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୮୭ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬,୩୫,୭୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୩,୪୨,୪୭୩ଟି ଆକ୍ଟିଭ୍ କେସ୍ ରହିଛି।CGU newମହାରାଷ୍ଟ୍ରରେ ୨,୮୪,୨୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧,୧୯୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଦିଲ୍ଲୀରେ ୩୫୪୫ ଜଣ, ଗୁଜୁରାଟରେ ୨୦୮୯ ଜଣ ଏବଂ ତାମିଲନାଡ଼ୁରେ ୨୨୩୬ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Comment