ଓଡ଼ିଶାଲାଇଭ୍ ଏଣ୍ଟଟେନମେଣ୍ଟ ବ୍ୟୁରୋ

Ranbir-Junaid

କଶ୍ମୀରର ବହୁଚର୍ଚ୍ଚିତ ମଡେଲ ଜୁନେଦ ଶାହଙ୍କ ପରଲୋକ ଘଟିଛି। ବଲିଉଡ ଅଭିନେତା ରଣବୀର କପୁରଙ୍କ ଭଳି ଅବିକଳ ଦେଖାଯାଉଥିବାରୁ ସେ ଖୁବ୍ ଚର୍ଚ୍ଚାରେ ଥିଲେ। କାଡ଼ିଆକ୍ ଅରେଷ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।

CGU new

୨୦୦୭ରେ ରଣବୀର କପୁରଙ୍କ ପ୍ରଥମ ଫିଲ୍ମ ‘ସାଓ୍ୱରିୟା’ ପରଦା ଉପରକୁ ଆସିଥିଲା। ଏହି ସମୟରେ ଜୁନେଦ କଲେଜରେ ପଢ଼ୁଥିଲେ। ଏହା ପରଠୁ ସମସ୍ତେ ତାଙ୍କୁ ରଣବୀରଙ୍କ ହମସକଲ ବୋଲି କହିବା ଆରମ୍ଭ କରିଥିଲେ। କଶ୍ମୀର ୟୁନିଭର୍ସିଟିରେ ଏମବିଏ ପଢ଼ିବା ପରେ ଜୁନେଦ ମଡେଲିଂ ଦୁନିଆରେ ପାଦ ଦେଇଥିଲେ।Ranbir-junaid-2ସ୍ୱର୍ଗତ ଅଭିନେତା ଋଷି କପୁର ମଧ୍ୟ ସୋସିଆଲ ମିଡିଆରେ ନିଜ ପୁଅ ଭଳି ଅବିକଳ ଦେଖାଯାଉଥିବା ଜୁନେଦଙ୍କ ପ୍ରଶଂସା କରିଥିଲେ। ୨୦୧୫ରେ ସେ ନିଜ ଟୁଇଟର ଆକାଉଣ୍ଟରେ ଜୁନେଦ ଏବଂ ରଣବୀରଙ୍କ ଏକ କୋଲାଜ ଫଟୋ ଅପଲୋଡ କରି ନିଜ ଖୁସି ଜାହିର କରିଥିଲେ।

Comment