ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଜିଲ୍ଲାରେ ପୁଣି ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ସମସ୍ତେ ସ୍ଥାନୀୟ ସଂକ୍ରମଣ। ନୟାଗଡ଼ ସହରରୁ ସର୍ବାଧିକ ୬ ଜଣ ଅଛନ୍ତି ଫଳରେ ପୌରାଞ୍ଚଳର ୭ ନମ୍ବର ଓ ୮ ନମ୍ବର ଓ୍ୱାର୍ଡକୁ ସିଲ୍ କରାଯାଇଛି।

ସେହିପରି ଦଶପଲ୍ଲା ଏନଏସିର ୩ ନମ୍ବର ଓ୍ୱାର୍ଡ ମାଳିସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ପୋମା ଟୁଡୁ। କଣ୍ଟେନମେଣ୍ଟ ଜୋନରୁ ଲୋକେ ବାହରକୁ ନ ବାହାରିବା ପାଇଁ କୁହାଯାଇଛି। ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ପ୍ରଶାସନ ସୂଚନା ଦେଇଛି।

CGU newଗତ ଶୁକ୍ରବାର ସୁଦ୍ଧା ଜିଲ୍ଲାର ପଜିଟିଭ ସଂଖ୍ୟା ୩୧୯ ଥିଲା। ଆଜି ୧୧ ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତ ୩୩୦ ହୋଇଛି। ଇତିମଧ୍ୟରେ ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳରେ ଆଣ୍ଟିଜେନ୍ ଟେଷ୍ଟ ଆରମ୍ଭ ହୋଇ ଯାଇଥିବା ସୂଚନା ମିଳିଛି।

Comment