ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାସନ କାର୍ଡଧାରୀ ରାସନ ସାମଗ୍ରୀ ଆଣିଲା ବେଳେ ଆଉ ଫିଙ୍ଗରପ୍ରିଣ୍ଟ ଦେବେନି। ବିନା ଫିଙ୍ଗରପ୍ରିଣ୍ଟରେ ସେମାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯିବ। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।

ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ଏହି ନିୟମ ବଳବତ୍ତର ରହିବ। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟୁଇଟ କରି ସୂଚନା ଦେଇଛନ୍ତି।CGU new

ରାସନ ସାମଗ୍ରୀ ଆଣିବା ସମୟରେ ହିତାଧିକାରୀ ଫିଙ୍ଗରପ୍ରିଣ୍ଟ ଦେଇଥାନ୍ତି। ସେହି ମେସିନରେ ଅନେକ ଲୋକଙ୍କ ଆଙ୍ଗୁଠି ଲାଗୁଥିବାରୁ କରୋନା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଫିଙ୍ଗର ପ୍ରିଣ୍ଟ ନଦେବାକୁ କୁହାଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ କରୋନା ଦିନକୁ ଦିନ ମାଡ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ପାର କଲାଣି।

Comment