ଓଡ଼ିଶାଲାଇଭ୍ ବ୍ୟୁରୋ

comet neowise

ଧିରେ ଧିରେ ପୃଥିବୀର ନିକଟତର ହେବାରେ ଲାଗିଛି ଧୂମକେତୁ ‘ନିଓଓ୍ୱାଇଜ୍’। ତେବେ କିଛି ଦିନ ଧରି ଏହା ଦୃଶ୍ୟମାନ ହେଉଥିଲେ ମଧ୍ୟ ଆଜିଠାରୁ ଉଜ୍ୱଳ ଦିଶିବ ଏହି ଧୂମକେତୁ। ସଂଧ୍ୟା ପ୍ରାୟ ୭.୩୦ ବେଳକୁ ଉତ୍ତର ପଶ୍ଚିମ ଦିଗବଳୟରେ ସପ୍ତର୍ଷିମଣ୍ଡଳର ଠିକ୍ ତଳକୁ ଦେଖିପାରିବେ ଏହି ଧୂମକେତୁ।

CGU new

ତେବେ ଜୁଲାଇ ୨୨ରେ ଏହା ପୃଥିବୀର ସଂପୂର୍ଣ୍ଣ ନିକଟତର ହେବାକୁ ଯାଉଛି। ଆଜିଠାରୁ ଆସନ୍ତା ଜୁଲାଇ ୨୪ ତାରିଖ ଯାଏଁ ଏହି ଧୂମକେତୁ ଉଜ୍ୱଳ ଦିଶିବା ସହ ଜୁଲାଇ ୩୦ ତାରିଖ ପରେ ଏହା ଖାଲି ଆଖିରେ ଆଉ ଦେଖାଯିବ ନାହିଁ। ଏହାକୁ ଧୂମକେତୁ ‘ସି/୨୦୨୦ ଏଫ୍-୩’ ମଧ୍ୟ କୁହାଯାଉଛି। ପୁନଃର୍ବାର ଏପରି ଦୃଶ୍ୟ ପ୍ରାୟ ଛଅ ହଜାର ଆଠ ଶହ ବର୍ଷ ପରେ ଦେଖିବାକୁ ମିଳିବ।

planet pared

ଏହା ସହ ଆଉ ଏକ ମହାଜାଗତିକ ଦୃଶ୍ୟ ମଧ୍ୟ ଆରମ୍ଭ ହବାକୁ ଯାଉଛି। ଆଜିଠୁ ଆରମ୍ଭ ହେଉଛି ଗ୍ରହମାନଙ୍କର ପରେଡ୍। ସୂର୍ଯ୍ୟୋଦୟର ପ୍ରାୟ ଘଣ୍ଟାଏ ପୂର୍ବରୁ ପାଞ୍ଚଟି ଗ୍ରହକୁ ଏକାସାଙ୍ଗରେ ଦେଖିବାର ସୁଯୋଗ ମିଳିବ। ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତ୍ତି ଓ ଶନି ଗୋଟିଏ ପରେ ଗୋଟିଏ ଏକା ସାଙ୍ଗରେ ଦୃଶ୍ୟମାନ ହେବେ। ତେବେ ଏହି ସମୟରେ ଆକାଶ ମେଘମୁକ୍ତ ତଥା ସଫା ରହିଲେ ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖିବାର ଲାଭ ଉଠାଇହେବ।

Comment