ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୨୩ ବର୍ଷ ପରେ ଦୃଶ୍ୟମାନ ହେବାକୁ ଯାଉଛି ଏପରି ଏକ ଧୂମକେତୁ ଯାହାକୁ ଖାଲି ଆଖିରେ ଦେଖିହେବ। ଆଜ୍ଞା ହଁ, ପୃଥିବୀର ନିକଟତର ହେବାରେ ଲାଗିଛି ଧୂମକେତୁ ‘ସି/୨୦୨୦ ଏଫ୍-୩’। ଶେଷଥର ୧୯୯୭ରେ ଧୂମକେତୁ ‘ହେଲ୍ ବଫ୍’ ଖାଲି ଆଖିରେ ଦୃଶ୍ୟମାନ ହୋଇଥିଲା।

ତେବେ ଗତ ମାର୍ଚ୍ଚ ୨୭ ତାରିଖରେ ‘ନିଓଓ୍ୱାଇଜ୍’ ଦୂରବୀକ୍ଷଣ ଦ୍ୱାରା ଏହି ଧୂମକେତୁକୁ ଆବିଷ୍କାର କରାଯାଇଥିଲା। ଏନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଥିଲା। ପରେ ଜୁଲାଇ ମାସ ଆରମ୍ଭରୁ ଏହା ପ୍ରଦୂଷଣ କମ ଥିବା ଯୋଗୁଁ କିଛି ସ୍ଥାନରେ ଖାଲି ଆଖିରେ ଦେଖାଯାଇଥିଲା। କୁହାଯାଉଛି ଗତ ଜୁଲାଇ ୩ ତାରିଖରେ ଏହା ସୂର୍ଯ୍ୟଙ୍କର ସବୁଠାରୁ ନିକଟରତର ହୋଇଥିଲା ଏବଂ ମାତ୍ର ୪.୪ କିଲୋମିଟର ଦୂରତାରେ ରହିଥିଲା।

CGU new

ବର୍ତ୍ତମାନ ଏହି ଧୂମକେତୁ ସୂର୍ଯ୍ୟାସ୍ତ ସମୟରେ ଉତ୍ତର-ପଶ୍ଚିମ ଦିଗବଳୟ ନିକଟରେ ଅଳ୍ପ ସମୟ ପାଇଁ ଦୃଶ୍ୟମାନ ହେଉଛି। ଜୁଲାଇ ୧୨ ତାରିଖ ସଂଧ୍ୟାରେ ଏହା ଉତ୍ତର-ପଶ୍ଚିମ ଦିଗବଳୟର ୨୦ ଡିଗ୍ରୀ ଉପରେ ଦେଖାଯିବ। ଆଶା କରାଯାଉଛି ଆସନ୍ତା ଜୁଲାଇ ୨୨ ତାରିଖରେ ଏହା ପୃଥିବୀର ନିକଟତର ହେବ ଏବଂ ୧୦.୩ କି.ମି ଦୂରରେ ଅବସ୍ଥାନ କରିବ। ଏହି ସମୟରେ ଲୋକେ ଏହି ଧୂମକେତୁକୁ ଖାଲି ଆଖିରେ ଦେଖିପାରିବେ।comet-5ଏହା ପୂର୍ବରୁ ବିଭିନ୍ନ ଧୂମକେତୁ ଆସିଥିଲେ ମଧ୍ୟ ଖାଲି ଆଖିରେ ଦୃଶ୍ୟମାନ ହୁଏନାହିଁ। ତେବେ ‘ସି/୨୦୨୦ ଏଫ୍-୩’ ଧୂମକେତୁଟି ଜୁଲାଇ ୧୨ରୁ ୩୦ ତାରିଖ ମଧ୍ୟରେ ଖାଲି ଆଖିରେ ଦେଖାଯାଇପାରିବ। ଏହା ପରେ ଧିରେ ଧିରେ ସୂର୍ଯ୍ୟଠାରୁ ଦୂରେଇ ଯିବା ଫଳରେ ଜୁଲାଇ ୩୦ ତାରିଖ ପରେ ଏହା ଆଉ ଦୃଶ୍ୟମାନ ହେବନି। ଏହା ଏକ ବିରଳ ସୁଯୋଗ ହୋଇଥିବାରୁ ଲୋକ ତଥା ଛାତ୍ରଛାତ୍ରୀମାନେ ଏହି ଦୃଶ୍ୟର ସଂପୂର୍ଣ୍ଣ ଲାଭ ନେବା ଆବଶ୍ୟକ।

Comment