ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ବିରୋଧରେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି ଭାରତ। ଆଜିଠୁ ଦିଲ୍ଲୀ ଏମ୍ସରେ ଭାରତର ପ୍ରଥମ କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦ ସ୍ୱେଚ୍ଛାସେବୀଙ୍କଠାରେ ଏହି ପରୀକ୍ଷା ହେବ ବୋଲି ଜଣାପଡ଼ିଛି।
୧୮ରୁ ୫୫ ବର୍ଷୀୟ ବୟସ୍କଙ୍କୁ ନେଇ ଏହି ପରୀକ୍ଷା ହେବ। ଅନ୍ୟପକ୍ଷରେ ମାନବ ପରୀକ୍ଷଣ ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିମାନେ ଯୋଗାଯୋଗ କରିବା ପାଇଁ ଆହ୍ୱାନ ଦିଆଯାଇଛି। ଏସ୍ଏମଏସ୍, ଫୋନ୍ କିମ୍ବା ଇମେଲ ଯୋଗେ ଆଗ୍ରହୀ ବ୍ୟକ୍ତିମାନେ ଯୋଗାଯୋଗ କରିପାରିବେ।
୦୭୪୨୮୮୪୭୪୯୯ ନମ୍ବରରେ ଇଚ୍ଛକୁ ବ୍ୟକ୍ତି ଯୋଗାଯୋଗ କରିପାରିବେ। ଏହାସହିତ ctaiims.covid19@gmail.comରେ ଇମେଲ କରିପାରିବେ।














