ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଚାନ୍ଦପୁରଠାରେ ହେବ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ। ଏନେଇ ଆଇଏମ୍‌ଏସ୍‌ ସମ୍‌ ହସ୍ପିଟାଲ ସହ ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ। ଏହି ହସ୍ପିଟାଲ ୩୫୦ ଶଯ୍ୟା ବିଶିଷ୍ଟ ହେବ ଏବଂ ଏଠାରେ ଆଇସିୟୁ ସୁବିଧା ରହିବ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

CGU newଗତ କିଛିଦିନ ତଳେ ଚାନ୍ଦପୁର କୋଭିଡ୍‌ ହେଲ୍‌ଥ ସେଣ୍ଟରରେ କରୋନା ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା।

ସମ୍‌ ହସ୍ପିଟାଲ ପକ୍ଷରୁ ଭୁବନେଶ୍ୱର ସମେତ ଅନୁଗୁଳ ଏବଂ କେନ୍ଦ୍ରାପଡ଼ାରେ କୋଭିଡ୍‌ ହସ୍ପିଟାଲ ସ୍ଥାପନ କରାଯାଇଥିଲା। ଏବେ ନୟାଗଡ଼ରେ ଆଉ ଏକ କୋଭିଡ୍‌ ହସ୍ପିଟାଲ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ସହ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି।

Comment