ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ସହରରେ ଆଜି ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏନେଇ ସିଏମସି ଟୁଇଟ କରି ସୂଚନା ଦେଇଛି।

୨୭ ଜଣ କ୍ୱାରେଣ୍ଟାଇନ ସେଣ୍ଟର ଆକ୍ରନ୍ତଙ୍କ ମଧ୍ୟରୁ ୫ଜଣ ସରକାରୀ କ୍ୱାରେଣ୍ଟାଇନେର ଥିବା ବେଳେ ୨୧ଜଣ ହୋମ୍ କ୍ୟାରେଣ୍ଟାଇନରେ ରହିଥିଲେ।CGU new

ସେହିପରି ସ୍ଥାନୀୟ ସଂକ୍ରମିତମାନେ ହେଲେ ତନ୍ତୀ ସାହିର ୨୫ ବର୍ଷୀୟ ଯୁବକ, ଭାଗବତପୁରର ୧୧ ବର୍ଷର ନାବାଳକ, ନରାଜ କୈବର୍ତ୍ତ ସାହିର ୩୪ ବର୍ଷୀୟ ଯୁବକ, ଗୋପାଳପୁରର ୪୦ ବର୍ଷୀୟ ବ୍ୟକ୍ତି ଓ ଗଣେଶ ମନ୍ଦିର ନିକଟରୁ ଜଣେ ୬୫ ବର୍ଷୀୟ ବୃଦ୍ଧ।

ଫଳରେ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୮ରେ ପହିଞ୍ଚିଛି। ଏମାନଙ୍କ ମଧ୍ୟରୁ ୨୨୫ ଜଣ ସୁସ୍ଥ ହୋଇଥିଲା ବେଳେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ସୁଦ୍ଧା ୧୬୫ ଆକ୍ଟିଭ୍‌ କେସ ରହିଛି।

Comment