ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ମାଡ଼ି ଚାଲିଛି କରୋନା ମହାମାରୀ। ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଲଗାମ ନାହିଁ।
ଦିନ ଯେତିକି ବଢୁଛି, କରୋନାକୁ ନେଇ ଭୟ ମଧ୍ୟ ସେତିକି ବଢୁଛି। ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବର ସବୁ ରେକର୍ଡକୁ କାଟିଛି। ଗୋଟିଏ ଦିନରେ ୧୦୭୮ ଆକ୍ରାନ୍ତ ଚିହ୍ନଟ ହେବା ଏବେ ଚିନ୍ତାର ବିଷୟ ପାଲଟିଛି। ଜୁଲାଇ ଆରମ୍ଭରୁ ଏପର୍ଯ୍ୟନ୍ତ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଉପରେ ରହୁଥିଲା। ହେଲେ ଆଜି ହଜାରେ ଡେଇଁଛି।
ସବୁଠୁ ବଡ଼ କଥା ହେଉଛି ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢ଼ାଇଛନ୍ତି। ୧୦୭୮ ଜଣଙ୍କ ମଧ୍ୟରୁ ୭୨୧ କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିଥିବା ବେଳେ ୩୫୭ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଆଜି ଗଞ୍ଜାମରୁ ସର୍ବାଧିକ ୩୭୧ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୨୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଅନୁଗୁଳରୁ ଜଣେ, ବାଲେଶ୍ଵରରୁ ୧୦ ଜଣ, ବରଗଡ଼ରୁ ୨୬ ଜଣ, ଭଦ୍ରକରୁ ଜଣେ, ବଲାଙ୍ଗିରରୁ ୬ ଜଣ, ବୌଦ୍ଧରୁ ୩ ଜଣ, କଟକରୁ ୫୭ ଜଣ, ଢେଙ୍କାନାଳରୁ ୨ ଜଣ, ଗଜପତିରୁ ୨୪ ଜଣ, ଜଗତସିଂହପୁରରୁ ୩୫ ଜଣ, ଯାଜପୁରରୁ ୨୦ ଜଣ, ଝାରସୁଗୁଡ଼ାରୁ ୩୪ ଜଣ, କଳାହାଣ୍ଡିରୁ ୧୫ ଜଣ, କନ୍ଧମାଳରୁ ୧୩ ଜଣ, କେନ୍ଦ୍ରାପଡ଼ାରୁ ୨୪ ଜଣ, କେନ୍ଦୁଝରରୁ ୧୬ ଜଣ, କୋରାପୁଟରୁ ୧୫ ଜଣ, ମାଲକାନଗିରିରୁ ୬୬ ଜଣ, ମୟୂରଭଞ୍ଜରୁ ୧୩ ଜଣ, ନବରଙ୍ଗପୁରରୁ ୧୭ ଜଣ, ନୟାଗଡ଼ରୁ ୫ ଜଣ, ପୁରୀରୁ ୨୮ ଜଣ, ରାୟଗଡ଼ାରୁ ୯୬ ଜଣ, ସମ୍ବଲପୁରରୁ ୨୦ ଜଣ, ସୋନପୁରରୁ ୧୦ ଜଣ ଏବଂ ସୁନ୍ଦରଗଡ଼ରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମୃତ୍ୟୁ ସଂଖ୍ୟାରେ ଲଗାମ ନାହିଁ
ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲଗାମ ନାହିଁ। ଆଜି ମଧ୍ୟ ୫ ଜଣଙ୍କର ଜୀବନ ନେଇଛି ଏହି ମହାମାରୀ। ଜୁଲାଇ ଆରମ୍ଭରୁ ଆଜି ଯାଏଁ ଏହି ମହାମାରୀ ୮୩ ଜଣଙ୍କ ଜୀବନ ନେଲାଣି।
ଜୁଲାଇ ୨ରେ କରୋନା ୨ ଜଣଙ୍କ ଜୀବନ ନେଇଥିବା ବେଳେ ୩ ତାରିଖରେ ୨ ଜଣ, ୪ ତାରିଖରେ ୫ ଜଣ, ୫ରେ ୨ ଜଣ, ୬ରେ ୨ ଜଣ, ୭ରେ ୪ ଜଣ, ୮ରେ ୬ ଜଣ, ୯ରେ ୪ ଜଣଙ୍କ ଜୀବନ ନେଇଥିଲା କରୋନା। ସେହିପରି ୧୦ ତାରିଖରେ ୪ ଜଣ, ୧୧ରେ ୫ ଜଣ, ୧୨ରେ ୩ ଜଣ, ୧୩ରେ ୬ ଜଣ, ୧୪ରେ ୪ ଜଣ, ୧୫ରେ ୩ ଜଣ, ୧୬ରେ ୨ ଜଣ, ୧୭ରେ ୪ ଜଣଙ୍କ ଜୀବନ ଯାଇଥିଲା।
୧୮ ତାରିଖରେ ୩ ଜଣ, ୧୯ରେ ୫ ଜଣ, ୨୦ରେ ୬ ଜଣ ଏବଂ ୨୧ରେ ୬ ଏବଂ ୨୨ରେ ୫ ଜଣଙ୍କ ଜୀବନ ନେଇଛି ଏହି କରୋନା ମହାମାରୀ। ଫଳରେ ମୃତ୍ୟୁ ସଂଖ୍ୟା ୧୦୮ରେ ପହଞ୍ଚିଛି।








ଓଡ଼ିଶାରେ ମାଡ଼ି ଚାଲିଛି କରୋନା ମହାମାରୀ। ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଲଗାମ ନାହିଁ।






