ଓଡିଶାଲାଇଭ୍ ବ୍ୟୁରୋ

ଲକ୍‌ଡାଉନ୍‌ ବେଳେ ଲୋକମାନଙ୍କୁ ଜରୁରୀକାଳୀନ ସେବା ଯୋଗାଇବ ଅଟୋ। ଲକ୍‌ଡାଉନ୍ ସମୟରେ ଲୋକଙ୍କ ଯାତାୟତ ସୁବିଧା ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ବିଇଏମ୍‌ସି କମିସନର ଚକ୍ରବର୍ତ୍ତୀ ସିଂ ରାଠୋର୍ ସୂଚନା ଦେଇଛନ୍ତି।

ବିଇଏମ୍‌ସିର ଘୋଷଣା ଅନୁଯାୟୀ, ଲକ୍‌ଡାଉନ୍‌ ସମୟରେ ରାତିରେ ୨୨ଟି ଅଟୋ ଚାଲିବ। ଏହି ଅଟୋଗୁଡ଼ିକ ଲୋକଙ୍କୁ ଜରୁରୀକାଳୀନ ସେବା ଯୋଗାଇଦେବ।CGU newଏଥିପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କିଲୋମିଟର ପିଛା ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିସହ ସମ୍ପୃକ୍ତ ଅଟୋ ନମ୍ବର ଏବଂ ଡ୍ରାଇଭରଙ୍କ ଫୋନ ନମ୍ବର ବିଇଏମସି ପକ୍ଷରୁ ଜଣାଇ ଦିଆଯାଇଛି।

Comment