ଓଡିଶାଲାଇଭ୍ ବ୍ୟୁରୋ

କନ୍ଧମାଳ ଜିଲ୍ଲାର ସମସ୍ତ ବ୍ୟାଙ୍କ ସପ୍ତାହେ ବନ୍ଦ ରହିବ। ଜିଲ୍ଲାର କିଛି ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ସମସ୍ତ କର୍ମଚାରୀଙ୍କୁ ସାତ ଦିନ ପାଇଁ ହୋମ୍ କ୍ଵାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ହୋମ୍‌ କ୍ଵାରେଣ୍ଟାଇନ୍‌ ସମୟରେ କୌଣସି ଲକ୍ଷଣ ଦେଖାଗଲେ ସମ୍ପୃକ୍ତ କର୍ମଚାରୀ ପ୍ରଶାସନକୁ ଜଣାଇବା ପାଇଁ କୁହାଯାଇଛି।CGU newଏଟିଏମ୍‌ରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ବ୍ୟାଙ୍କଗୁଡ଼ିକୁ ଏହି ସାତ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜ୍‌ କରାଯିବ। ୭ ଦିନ ପରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଖୋଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Comment