ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

Tamilnadu Rajbhaban-1

ତାମିଲନାଡ଼ୁ ରାଜଭବନରେ କାର୍ଯ୍ୟରତ ୮୪ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ରାଜଭବନର ସୁରକ୍ଷାକର୍ମୀ ଓ ଅଗ୍ନିଶମ ସେବା କର୍ମଚାରୀ ମଧ୍ୟ ସାମିଲ୍ ଅଛନ୍ତି।

ତେବେ ଏମାନଙ୍କୁ ମଧ୍ୟରୁ କେହି ବି ଷ୍ଟାଫ୍ ଗଭର୍ଣ୍ଣର ବା ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସଂସ୍ପର୍ଶରେ ଆସିନଥିବାର ରାଜଭବନ ତରଫରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ ସଂକ୍ରମିତଙ୍କ ମଧ୍ୟରୁ କେହି ବି ରାଜଭବନର ମୁଖ୍ୟ ବିଲ୍ଡିଂରେ କାମ କରନ୍ତି ନାହିଁ।

CGU new

ବର୍ତ୍ତମାନ ସଂପୂର୍ଣ୍ଣ ରାଜଭବନକୁ ସାନିଟାଇଜ୍ କରାଯାଉଛି। ଏହା ସହ ସମସ୍ତ ସଂକ୍ରମିତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ତାମିଲନାଡ଼ୁରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୮୬ ହଜାର ୪୯୨ରେ ପହଁଚିଥିବା ବେଳେ ୩୧୪୪ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହ ଲକ୍ଷେ ୩୧ ହଜାରରୁ ଉର୍ଦ୍ଧ ଲୋକ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଛନ୍ତି।

Comment