ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଉ ୨ଟି ପ୍ଲାଜମା ବ୍ୟାଙ୍କ ହେବ। ବ୍ରହ୍ମପୁର ଏମ୍‌କେସିଜି ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ମନ୍ତ୍ରୀପରିଷଦର ବୈଠକ ଅନୁଯାୟୀ ପ୍ରଥମେ କଟକ ଏସ୍‌ସିବି ମେଡିକାଲକୁ ପ୍ଲାଜମା ହବ୍‌ କରାଯାଇଥିଲା। କରୋନାରୁ ସୁସ୍ଥ ହୋଇଥିବା ରୋଗୀ ଏସ୍‌ସିବିରେ ପ୍ଲାଜମା ଦାନ କରିବା ପରେ କଟକ ଅଶ୍ୱିନୀ ହସ୍ପିଟାଲ, ଭୁବନେଶ୍ୱର ସମ୍‌ ହସ୍ପିଟାଲ ଏବଂ ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ଥିବା ଟାଟା କୋଭିଡ୍‌ ହସ୍ପିଟାଲରେ ବ୍ଲାଜମା ଥେରାପି ଆରମ୍ଭ କରାଯାଇଥିଲା।

CGU newଗତକାଲି ମୁଖ୍ୟମନ୍ତ୍ରୀ ରାଉରକେଲା ଆଇଜିଏଚ୍‌ରେ ପ୍ଲାଜମା ଥେରାପି ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହାସହ ଏଠାରେ ପ୍ଲାଜମା ବ୍ୟାଙ୍କ ହେବ ବୋଲି ଘୋଷଣା କରିଥିଲେ। ପଶ୍ଚିମ ଓଡ଼ିଶାର ରୋଗୀମାନେ ଏଥିରେ ଉପକୃତ ହେବେ।

ପ୍ଲାଜମା ଥେରାପିରେ ସଫଳତା ମିଳୁଥିବାରୁ ରାଜ୍ୟରେ ଆଉ ଦୁଇଟି ପ୍ଲାଜମା ବ୍ୟାଙ୍କ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Comment