ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୃତ୍ୟୁ ପରେ କରୋନା ଯୋଦ୍ଧାଙ୍କୁ ମିଳିଲାନି ସମ୍ମାନ। କନ୍ଧାମାଳ ଜିଲ୍ଲା ଜି ଉଦୟଗିରିରେ ଦେଖିବାକୁ ମିଳିଛି ଏହି ଘଟଣା। କରୋନାରେ ମୃତ୍ୟୁ ହୋଇଥିବା ଆଶଙ୍କା କରି ନିଜ ଗାଁରେ ଜଣେ ଡାକ୍ତରଙ୍କ ଶବ ସତ୍କାର ପାଇଁ ଜାଗା ଦେଲେନି ଗାଁ ଲୋକେ।

ଜି ଉଦୟଗିରିର ମାଳିକାପଡ଼ି ଅଞ୍ଚଳର ଡାକ୍ତର ସପନ କୁମାର ପ୍ରଧାନ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ତାଙ୍କୁ ଫୁଲବାଣୀ ମେଡିକାଲକୁ ନିଆଯାଉଥିଲା। କିନ୍ତୁ ରାସ୍ତାରେ ହିଁ ଡାକ୍ତରଙ୍କ ମୃତ୍ୟୁ ଘଟିଥିଲା। ଶବକୁ ନେଇ ପରିବାର ଲୋକେ ଫେରିବା ପରେ ଗାଁ ଲୋକ ଏହାକୁ ବିରୋଧ କରିଥିଲେ।CGU new

ଏପରିକି ଗାଁ ଶ୍ମଶାନରେ ଶବ ସତ୍କାର ପାଇଁ ଅନୁମତି ଦେଇନଥିଲେ। ଏହାପରେ ଆଉ ଏକ ଗାଁକୁ ଶବ ସତ୍କାର କରିବାକୁ ନିଆଯାଇଥିଲା କିନ୍ତୁ ସେଠାରେ ମଧ୍ୟ ବିରୋଧ କରାଯାଇଥିଲା। ଶେଷରେ ୧୨ ଘଣ୍ଟା ପରେ ସ୍ଥାନୀୟ ପ୍ରଶାସନର ସହଯୋଗ କ୍ରମେ ଆଉ ଏକ ସ୍ଥାନରେ ସଂସ୍କାର କରାଯାଇଥିଲା।

Comment