ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରର ଅଟାକଳ ସାଜିଲା କାଳ। ଦୁଇ ଦିନରେ ୬୧ ଆକ୍ରାନ୍ତ ଚିହ୍ନଟ।
ଭୁବନେଶ୍ୱବାସୀଙ୍କ ଚିନ୍ତା ବଢ଼ାଇଲା ଅଟାକଳ। ମଞ୍ଚେଶ୍ୱରରେ ଥିବା ଅଟାକଳ ଏବେ ସୁପର ସ୍ପ୍ରେଡର ପାଲଟିଛି। ଗତ ଦୁଇ ଦିନରେ ଏହି ଅଟାକଳରୁ ୬୧ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୟ ଆହୁରି ଅଧିକ ବଢ଼ିଛି। ଗତକାଲି ଏହି ଅଟାକଳରୁ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୫ ଜଣ ପଜିଟିଭ୍ ବାହାରିବା ଚିନ୍ତାର ବିଷୟ ପାଲଟିଛି।
ଗତ କିଛିଦିନ ତଳେ ମଞ୍ଚେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ପୁଣି ସେହି ଅଞ୍ଚଳର ଏକ ଅଟାକଳରୁ ୬୧ ଆକ୍ରାନ୍ତ ଚିହ୍ନଟ ହେବା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଏବେ ଏହି ଅଟାକଳ ସଂସ୍ପର୍ଶରେ କେଉଁମାନେ ଆସିଥିଲେ ସେମାନଙ୍କୁ ଠାବ କରିବା ପାଇଁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି।
ଆଜି ଅଟାକଳ ଲିଙ୍କରେ ଆସିଥିବା ୩୫ ଜଣଙ୍କୁ ମିଶାଇ ଭୁବନେଶ୍ୱରରୁ ସର୍ବାଧିକ ୧୨୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଗତ କିଛିଦିନ ତଳେ ସୁନ୍ଦରଗଡ଼ର ସୁପର ସ୍ପ୍ରେଡରଙ୍କୁ ନେଇ ଚର୍ଚ୍ଚା ବଢ଼ିଥିଲା। ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୧୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ। ଏବେ ଭୁବନେଶ୍ୱରର ଏକ ଅଟାକଳ ସୁପର ସ୍ପ୍ରେଡର ପାଲଟିଛି।
ଆଜି ଭୁବନେଶ୍ୱରରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୯୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୩ ଜଣ ଅଛନ୍ତି।
ପଟିଆ, ନୟାପଲ୍ଲୀ, କସ୍ତୁରବା ନାରୀ ମହଲ, ନିକଟରୁ, ନୟାପଲ୍ଲୀ ନୂଆସାହି, ଆଇଆରସି ଭିଲେଜ, ନିଳାଦ୍ରୀ ବିହାର, ୟୁନିଟ ୯ ଗ୍ରିଡକୋ କଲୋନୀ, ଏମଏଲଏ କଲୋନୀ, ୟୁନିଟ ୩ ଚନ୍ଦ୍ରମା , ପୋଖରୀପୁଟ ଲିଙ୍ଗରାଜ ବିହାର ଆଦି ସ୍ଥାନରୁ ଲୋକାଲା କେସ ଆସିଥିବାରୁ ପ୍ରଶାସନର ଚିନ୍ତା ବଢ଼ିଛି।
ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୯କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୮୦୫ ଜଣ ସୁସ୍ଥ ହୋଇଥିଲା ବେଳେ ୬୫୧ ଜଣ ଚିକିତ୍ସାଧୀନ ଅଛନ୍ତି। ୧୧ ଜଣଙ୍କର ମୃତ୍ୟୁ ଘଟିଛି।








ଭୁବନେଶ୍ୱରର ଅଟାକଳ ସାଜିଲା କାଳ। ଦୁଇ ଦିନରେ ୬୧ ଆକ୍ରାନ୍ତ ଚିହ୍ନଟ। 






