ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ସବୁ ରେକର୍ଡକୁ ପଛରେ ପକାଇଛି ଆଜିର ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଗୋଟିଏ ଦିନରେ ସର୍ବାଧିକ ୨୪୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୨୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ହେଉଛନ୍ତି ୪୧।

ବିଜେବି ନଗର ମହିଷାଖାଲ ବସ୍ତିରୁ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏକ ଘରୋଇ ହସ୍ପିଟାଲରୁ ୨୭ କର୍ମଚାରୀ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ସୀତାପୁର ବସ୍ତିରୁ ଆଉ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲକ୍ଷ୍ମୀବିହାରରୁ ୬, ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

CGU newନୟାପଲ୍ଲୀ ଗାନ୍ଧୀ ବସ୍ତିରୁ ୬, ୟୁନିଟ୍‌-୩ ମାଳି କଲୋନୀରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ପାଣ୍ଡରା ଜିଜିପି କଲୋନୀରୁ ୫ ଜଣ, ଲକ୍ଷ୍ମୀସାଗରରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ନୟାପଲ୍ଲୀ କ୍ରିଷ୍ଣାବଳରାମ ବିହାରରୁ ୪ ଜଣ, ୟୁନିଟ୍‌-୧ ଅଞ୍ଚଳରୁ ୪ ଜଣ ଚିହ୍ନଟ ହୋଇଛନ୍ତି।

ରାଜମହଲ ଛକ ନିକଟ ନିର୍ମାଣ ସଂସ୍ଥାର ଆଉ ୪ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଇଆର୍‌ସି ଭିଲେଜରୁ ୨ଟି ଜାଗା, ସାଲିଆସାହିରୁ ୩, ଶୈଳଶ୍ରୀ ବିହାରରୁ ୩, ଚିନ୍ତାମଣିଶ୍ୱରରୁ ୩, ନୟାପଲ୍ଲୀ ବେହେରା ସାହିରୁ ୩ ଜଣ ଚିହ୍ନଟ ହୋଇଛନ୍ତି।

Comment