ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ୍‌ଏସିରେ ନୂଆ କୋଭିଡ୍ କଟକଣା ଜାରି ହୋଇଛି। ବିବାହ, ବ୍ରତ ଆଦିରେ ଭୋଜିଭାତ ମନା କରାଯାଇଛି। ନିୟମ ଉଲଂଘନ କଲେ ଆୟୋଜକଙ୍କ ଉପରେ ଜରିମାନା ପଡ଼ିବ। ଏପରିକି ତାଙ୍କୁ ଜେଲ୍ ଯିବାକୁ ପଡ଼ିପାରେ ବୋଲି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେଉରିଆ ସୂଚନା ଦେଇଛନ୍ତି।

ଲୋକମାନେ ଥାନା ଆଇଆଇସିଙ୍କଠାରୁ ଅନୁମତି ନେଇ ବାହାଘର କରିପାରିବେ, କିନ୍ତୁ ଭୋଜିଭାତ କରିପାରିବେ ନାହିଁ। ଯଦି ଭୋଜିଭାତ କେହି କରନ୍ତି ସେ ସମ୍ପର୍କରେ ତହସିଲଦାର କିମ୍ବା ପୋଲିସକୁ ସୂଚନା ଦେବାପାଇଁ ଉପଜିଲ୍ଲାପାଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ଖୋର୍ଦ୍ଧା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ କରୋନା ସ୍ଥିତି ନେଇ ଗୁରୁବାର ଖୋର୍ଦ୍ଧା ଉପଜିଲ୍ଲାପାଳ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଉପରୋକ୍ତ କଟକଣା ଜାରି କରିବା ସହ କରୋନା ପ୍ରତିହତ କରିବା ପାଇଁ ଅନ୍ୟାନ୍ୟ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି।corona-1କରୋନାକୁ ସଂକ୍ରମଣ ରୋକିବା ପାଇଁ ବାଣପୁର ଏନ୍.ଏ.ସିରେ କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଠିକ୍ ଭାବେ କଣ୍ଟେନମେଣ୍ଟ ଜୋନ୍ ଗଠନ କରାଯିବ। ପୋଲିସ ମୁତୟନ ଏବଂ ପାଟ୍ରୋଲିଂ କଡ଼ାକଡ଼ି ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ୱାର୍ଡ କମିଟି ମେମ୍ବରମାନେ ପ୍ରତି ୱାର୍ଡର ଘରେଘରେ ବୁଲି କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚି଼ହ୍ନଟ କରି କୋଭିଡ କେୟାର ହୋମକୁ ସ୍ଥାନାନ୍ତର କରିବାକୁ ବୈଠକରେ ଆଲୋଚନା ହୋଇଛି।

ଗୁରୁବାର ବାଣପୁର ହସ୍ପିଟାଲରୁ ପୁଣି ଜଣେ କରୋନା ଯୋଦ୍ଧା ପଜିଟିଭ ଚି଼ହ୍ନଟ ହେବାପରେ ବାଣପୁର ଡାକ୍ତରଖାନାର ଓପିଡି ଆଗକୁ ବନ୍ଦ ରହିପାରେ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏହି ଅବସରରେ ବାଣପୁରର କିଛି ସଚେତନ ସାମାଜିକ କର୍ମୀ, ମହିଳା ସଂଘ ଏବଂ ସାମ୍ବାଦିକମାନେ ଅଞ୍ଚଳରେ କରୋନା ମହାମାରୀକୁ ପ୍ରତିହିତ କରିବା ପଥରେ ଉପୁଜିଥିବା ପାଖାପାଖି ୧୦ଟି ମୁଖ୍ୟ ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉପଜିଲ୍ଲାପାଳ ଯଥାଶୀଘ୍ର ଏସବୁର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।CGU newଏହି ବୈଠକରେ ଉପଜିଲ୍ଲାପାଳଙ୍କ ସହ ବାଣପୁର ତହସିଲଦାର ମନ୍ମଥ କୁମାର ବେହେରା, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଧୂର୍ଜଟି ପ୍ରସାଦ ମହାପାତ୍ର, ସିଡିପିଓ ସୁପରଭାଇଜର, ସମସ୍ତ ସ୍ଵେଚ୍ଛାସାଥି, ସି.ଓ ଏବଂ ୱାର୍ଡ ଅଫିସରମାନେ ଉପସ୍ଥିତ ଥିଲେ।

Comment