ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona case

ଦେଶବ୍ୟାପି ମାଡ଼ିଚାଲିଛି କରୋନାର ଆତଙ୍କ। ପ୍ରତିଦନ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ରେକର୍ଡ ଭାଙ୍ଗୁଛି। ତେବେ ବିଶ୍ୱରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଟପ୍ ୩ରେ ଅଛନ୍ତି ଯଥାକ୍ରମେ ଆମେରିକା, ବ୍ରାଜିଲ୍ ଏବଂ ଭାରତ। କିନ୍ତୁ ଗତ ଏକ ସପ୍ତାହ ମଧ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ବ୍ରାଜିଲଠାରୁ ଭାରତରେ ଅଧିକ।

CGU new

ଗତ ୧୬ ଜୁଲାଇରୁ ୨୨ ଜୁଲାଇ ମଧ୍ୟରେ ବ୍ରାଜିଲରେ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂଖ୍ୟା ୨,୬୦,୯୬୨ ଥିବା ବେଳେ ଭାରତରେ ଏହା ୨,୬୯,୯୬୯ରେ ପହଁଚିଛି। ପ୍ରଥମ ଥର ପାଇଁ ଗୋଟିଏ ସପ୍ତାହ ମଧ୍ୟରେ ଭାରତରେ ବ୍ରାଜିଲଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

corona case-2

ତେବେ ବର୍ତ୍ତମାନ ସୁଦ୍ଧା ବ୍ରାଜିଲରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଭାରତଠାରୁ ୧୦ ଲକ୍ଷ ରହିଛି। ବ୍ରାଜିଲରେ ସଂକ୍ରମିତଙ୍କ ସଂଖ୍ୟା ୨୨,୩୧,୮୭୧ ଥିବାବେଳେ ଭାରତରେ ଏହା ୧୨,୩୮,୩୭୪ ରହିଛି। ତେବେ ଆମେରିକାରେ ସର୍ବାଧିକ ୪୧,୬୯,୯୯୧ ରହିଛି ସଂକ୍ରମିତଙ୍କ ସଂଖ୍ୟା।

Comment