ଓଡ଼ିଶାଲାଇଭ୍‌ ବ୍ୟୁରୋcorona case-2

କଟକ ସହରରେ ମୋଟ ୬୭୧ ପଜିଟିଭଙ୍କ ମଧ୍ୟରୁ ଗତ ସପ୍ତାହରେ  କେବଳ୨୬୪ ପଜିଟିଭ କେସ ଆସିଛି। ଏମାନଙ୍କ ମଧ୍ୟରୁ  ୭୧ ପ୍ରତିଶତ  ଅନ୍ୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ବିଶେଷ କରି ବଡ଼ ପରିବାରେ ରହୁଥିବା ପରିବାର ଲୋକେ ଅଧିକ ଯତ୍ନାବନ ହୁଅନ୍ତୁ। କଟକ କରୋନା ସ୍ଥିତି ସମୀକ୍ଷା କରି ମିଳିତ ଭାବେ ଏହି ସୂଚନା ଦେଇଛନ୍ତି  ସିଏମସିର କରୋନା ପର୍ଯ୍ୟବେକ୍ଷକ ସୌରଭ ଗର୍ଗ ଓ ସିଏମସି କମିଶନର ଅନନ୍ୟା ଦାସ।

କଟକ ସହରରେ ଏବେ  ଆକ୍ଟିଭ ସର୍ଭେଲାନ୍ସ ଅନୁସାରେ ଟେଷ୍ଟିଂ କରାଯାଉଛି। ସହରରେ ବର୍ତ୍ତମାନ ସୁଦ୍ଧା ୩ଟି କଣ୍ଟେନମେଣ୍ଟ ଜୋନ୍‌ ରହିଛି। କଣ୍ଟେନମେଣ୍ଟ ଜୋନରେ ଥିବା ଲୋକଙ୍କୁ  ଘରୁ ନବାହାରିକୁ ପରାମର୍ଶ ଦିଆଯାଉଛି।

କଟକରେ ଏବେ ହୋମ ଆଇସୋଲେସନକୁ ଅନୁମତି ଦିଆଯାଇଛି। ହୋମ୍‌ ଆଇସୋଲେସନ ଗାଇଡଲାଇନରେ ଆସୁଥିବା ବ୍ୟକ୍ତିଙ୍କୁ ଅନୁମତି ମିଳୁଛି। ଏଥିସହ ପ୍ଲାଜମା ଦାନ କରିବାକୁ ଆହ୍ୱାନ ଦେଇ ସୌରଭ ଗର୍ଗ ଓ ଅନନ୍ୟା ଦାସ କହିଛନ୍ତି ଯେଉଁମାନେ କରୋନାରେ ସୁସ୍ଥ ହୋଇଛନ୍ତି ସେମାନେ ନିଜ ଇଚ୍ଛାରେ ଆଗେଇ ଆସନ୍ତୁ।

କଟକ ସହରରେ ଏବେ ସୁଦ୍ଧା ମୋଟ  ପଜିଟିଭ ସଂଖ୍ୟା ୬୭୧ ରହିଛି। ଏବେଯାଏଁ ୨୯୦ କରୋନାରୁ ସୁସ୍ଥ ହେଲେଣି। ୩୬୭ ଆକ୍ଟିଭ କେସ୍‌ ରହିଛି।

Comment