ଓଡିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୪୮,୬୬୧ ଆକ୍ରାନ୍ତ, ୭୦୫ ମୃତ
- ଦେଶରେ ମୃତ୍ୟୁସଂଖ୍ୟା ୩୨,୦୬୩କୁ ବୃଦ୍ଧି
- ବର୍ତ୍ତମାନ ସୁଦ୍ଧା ୧୩,୮୫,୫୨୨ ଜଣ ପଜିଟିଭ୍ ଚିହ୍ନଟ
ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ କରୋନାଜନିତ ମୃତ୍ୟୁସଂଖ୍ୟା ୩୨ ହଜାର ପାର୍ କରିଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ସ୍ଵାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୮,୬୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୦୫ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩୨,୦୬୩ରେ ପହଞ୍ଚିଛି।
ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୧୩,୮୫,୫୨୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮,୮୫,୫୭୬ ଜଣ ସୁସ୍ଥ ହୋଇଥିବା ବେଳେ ୪,୬୭,୮୮୨ଟି ଆକ୍ଟିଭ୍ କେସ୍ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୩,୬୬,୩୬୮ ଜଣ ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ୧୩,୩୮୯ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିପରି ଦିଲ୍ଲୀରେ ୩୮୦୬ ଜଣ, ତାମିଲନାଡୁରେ ୩୪୦୯ ଜଣ ଓ ଗୁଜରାଟରେ ୨୩୦୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।














