ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ସହରରେ ଆଜି ଆଉ ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୫ ମଧ୍ୟରୁ ୫୯ କେସ୍‌ କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଥିଲା ବେଳେ ୬ଟି ଲୋକାଲ କେସ୍‌ ରହିଛି। ଏନେଇ ସିଏମ୍‌ସି ଟୁଇଟ କରି ସୂଚନା ଦେଇଛି।

ମୁଗଭଙ୍ଗା, ତିନିଘରିଆ ନୂଆ ବଜାର, ହାଇକୋର୍ଟ ଛକ, ବକ୍ସି ବଜାରରୁ ଲୋକାଲା କେସ୍‌ ସାମ୍ନାକୁ ଆସିଛି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ ପଜିଟିଭ୍‌ ସଂଖ୍ୟା ୭୩୬କୁ ବୃଦ୍ଧି ଘଟିଛି। ଏମାନଙ୍କ ମଧ୍ୟରୁ ୯ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୩୦୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ୪୨୩ ଜଣ ଚିକିତ୍ସାଧୀନ ଅଛନ୍ତି।

Comment