ଓଡ଼ିଶାଲାଇଭ୍ ବ୍ୟୁରୋ

Yuvraj Singh

 

କ୍ରିକେଟ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ। ତେବେ ଆପଣ ଜାଣନ୍ତି କି? ପିଲାବେଳୁ ଯୁବରାଜ ଟେନିସରେ ନିଜ କ୍ୟାରିୟର ଗଢ଼ିବାକୁ ଚାହୁଁଥିଲେ। ଏକ ଇଣ୍ଟରଭ୍ୟୁରେ ସେ ଏହି ବିଷୟରେ କହିଥିଲେ।

ଦର୍ଶକଙ୍କ ପ୍ରିୟ କ୍ରିକେଟର ଯୁବରାଜଙ୍କୁ ପିଲାବେଳୁ ସ୍କେଟିଂ ଏବଂ ଟେନିସର ସଉକ ଥିଲା। ନିଜ ମାଆଙ୍କୁ ସେ ରାକେଟ ପାଇଁ କହିଥିଲେ। ବାପା ସାମାନ୍ୟ ଅରାଜି ହୋଇଥିଲେ ମଧ୍ୟ ୨୫୦୦ ଟଙ୍କା ଦେଇ ଯୁବରାଜଙ୍କ ପାଇଁ ଏକ ରାକେଟ୍ ଆଣିଦେଇଥିଲେ। ଏହି ରାକେଟରେ ଯୁବରାଜ ଟେନିସ ପ୍ରାକ୍ଟସ୍ କରୁଥିଲେ।

Yuvi-2

ଥରେ ଏକ ପ୍ରତିଯୋଗିତାରେ ସେ କ୍ୱାଟର ଫାଇନାଲରେ ହାରି ଯାଇଥିଲେ। ଏହାପରେ ସେ ରାଗରେ ଟେନିସ୍ ରାକେଟଟିକୁ ପିଟି ପିଟି ଭାଙ୍ଗିଦେଇଥିଲେ ବୋଲି କହିଥିଲେ ଯୁବରାଜ। ଏହାପରେ ସେ ଡରିଯାଇ ଘରେ ଏବିଷୟରେ ଜଣାଇନଥିଲେ। ସେହି ସମୟରେ ସେ ଭାବିଥିଲେ କିଛି ସମୟ କ୍ରିକେଟ୍ ଖେଳିବେ ଏବଂ ପରେ ଆଉ ଏକ ଟେନିସ ରାକେଟ୍ ଆଣିଦେବାକୁ ଘରେ କହିବେ। କିନ୍ତୁ କିଛି ଦିନ କ୍ରିକେଟ ଖେଳିବା ଭିତରେ ତାଙ୍କୁ ଏହା ଅଧିକ ଭଲଲାଗିଥିଲା ଏବଂ ସେ ଟେନିସ ଛାଡ଼ି କ୍ରିକେଟ ଖେଳିବାକୁ ଲାଗିଲେ।

Comment