ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ସହରରୁ ଆଜି ଆଉ ୪୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ହୋମ୍‌ କ୍ୱାରେଣ୍ଟାଇନରୁ ୨୭ ଜଣ ଥିଲା ବେଳେ ସରକାରୀ କ୍ୱାରେଣ୍ଟାଇନରୁ ୧୨ ଜଣ ଅଛନ୍ତି। ସେହିପରି କଟକ ସହରରେ ଆଜି ୨ ଟି ଲୋକାଲା କେସ୍‌ ସାମ୍ନାକୁ ଆସିଛି।

ଏହି ଲୋକାଲ କେସ୍‌ ଚୌଧୂରୀ ବଜାର, ଲୋୟର ପୋଲିସ କଲୋନିରୁ ଆସିଛି। ଏମାନଙ୍କ ମଧ୍ୟରୁ ଜଣେ ମହିଳା ଓ ଜଣେ ପରୁଷ ଅଛନ୍ତି। ଉଭୟ କରୋନା ଯୋଦ୍ଧା।

ଆଜିର ୪୧ ଜଣଙ୍କୁ ମିଶାଇ କଟକ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୭୭୭କୁ ବୃଦ୍ଧି ଘଟିଛି। ଏମାନଙ୍କ ମଧ୍ୟରୁ ୩୧୪ ଜଣ ସୁସ୍ଥ ହୋଇଥିଲା ବେଳେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏବେସୁଦ୍ଧା ୪୫୩ ଆକ୍ଟିଭ କେସ୍‌ ରହିଛି।

Comment