ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ଲାଜମା ନେଇ ସୁସ୍ଥ ହେଲେ ଆଉ ୩ କରୋନା ଆକ୍ରାନ୍ତ। ସମସ୍ତ ୩ ଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ସେମାନେ ଟାଟା କୋଭିଡ ହସ୍ପିଟାଲ ଚିକିତ୍ସିତ ହେଉଥିଲେ। ଗଞ୍ଜାମ ଜିଲ୍ଲାପାଳ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି।

ଏଥିସହ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବା ପାଇଁ ସେ ନିବେଦନ କରିଛନ୍ତି।

ଓଡ଼ିଶାରରେ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ଜିଲ୍ଲା ହେଉଛି ଗଞ୍ଜାମ। ପ୍ରତ୍ୟେକ ଦିନ ଏହି ଜିଲ୍ଲାରୁ ସର୍ବାଧିକ କରୋନା ମାମଲା ସାମ୍ନାକୁ ଆସୁଛି। କରୋନା ସଂକ୍ରମଣ ରୋକ ଲଗାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ନିଆଯାଉଛି।

Comment