ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ଷାଦିନରେ ଏ ବର୍ଷ ପ୍ରବଳ ଖରା ଓ ଗରମ ଲୋକଙ୍କୁ କଲବଲ କରିସାରିଲାଣି। ଏହି ଗରମରୁ ଲୋକଙ୍କୁ ଆଶ୍ୱସ୍ତି ମିଳିପାରେ। କାରଣ ଅଗଷ୍ଟ ୪ରୁ ଉତ୍ତର ବଙ୍ଗୋପସାଗର ଲଘୁଚାପ ସମ୍ଭାବନା ରହିଛି।

ଏନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହାରି ପ୍ରଭାବରେ  ଆଭ୍ୟନ୍ତରୀଣ ଓ  ଉପକୂଳ ଓଡ଼ିଶା ବର୍ଷା ହେବ ବୋଲି ଅନୁମାନ କରାଯାଉଛି।

କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗିର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆଜିଠୁ ୫ ତାରିଖ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ସମ୍ଭାବ୍ୟ ବର୍ଷା ଓ ବଜ୍ରପାତକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

Comment