ଓଡ଼ିଶାଲାଇଭ୍‌ ବ୍ୟୁରୋ

Coronavirus: Suspected patient at Gandhi hospitalଓଡ଼ିଶାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅଗଷ୍ଟ ମାସ ଉପରେ ଏବେ ସମସ୍ତଙ୍କ ନଜର। ବର୍ତ୍ତମାନ ଦୈନିକ ୧ ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଅଗଷ୍ଟ ମାସରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଗୋଟିଏ ମତ ପ୍ରକାଶ  ପାଉଥିବା ବେଳେ ମାସ ଶେଷ ବେଳକୁ ଏହା ତଳମୁହାଁ ହେବ ବୋଲି ଆଉ ଗୋଟିଏ ମତ ପ୍ରକାଶ ପାଇଛି। ଏଇକ୍ଷଣି ଯେଉଁଭଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ତାହା ବେଶୀ ଦିନ ରହିବ ନାହିଁ ବୋଲି କହିଛନ୍ତି ଏକ ନାମକରା ଟେଷ୍ଟିଙ୍ଗ ଲ୍ୟାବର ମୁଖ୍ୟ।

ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ପରାମର୍ଶଦାତା ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି ଯେ, ଅଗଷ୍ଟ ମାସରେ ଆଉ ୫୦ ହଜାର ମାମଲା ଆସିବ। ସେହିଭଳି ୨୦୦ ପର୍ଯ୍ୟନ୍ତ  ମୃତ୍ୟୁ ହେବା ସମ୍ଭବ। ତେବେ ଏନେଇ ଅଯଥା ବ୍ୟସ୍ତ ନହେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏହାର କାରଣ ଯେତିକି ନୂଆ ମାମଲା ଆସୁଛି ପ୍ରାୟ ସେତିକି ଲୋକ ସୁସ୍ଥ ବି ହେଉଛନ୍ତି।

ତେଣେ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସର ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା କହିଛନ୍ତି ଯେ, ଆଗକୁ କଣ ହେବ ସେକଥା ଏବେଠାରୁ କୁହାଯାଇପାରିବ ନାହିଁ। ଏହାର କାରଣ କରୋନା ଭୂତାଣୁ ଏବେ ବିଭିନ୍ନ ରୂପ ନେଲାଣି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ ବାୟୋ ଟେକ୍ନୋଲୋଜି ଅଧୀନରେ ଆସୁଥିବା ଏହି ଇନଷ୍ଟିଚ୍ୟୁଟ ରାଜ୍ୟର କୋଭିଡ ନୀତି ପ୍ରଣୟନରେ ବିଶେଷ ଭୂମିକା ଗ୍ରହଣ କରିଥାଏ।

ଡାକ୍ତର ପରିଡାଙ୍କ କହିବା ଅନୁଯାୟୀ ଓଡ଼ିଶାରେ କରୋନା ଯୋଗୁଁ ଯେତେ ଲୋକ ମରିଛନ୍ତି ସେମାନଙ୍କ ମଧ୍ୟରୁ ଅନେକଙ୍କର ଆଗରୁ କିଛି ନା କିଛି ରୋଗ ଥିଲା। ଏହାର ଅର୍ଥ ଯଦି କରୋନା ଆକ୍ରାନ୍ତଙ୍କଠାରେ ପୂର୍ବରୁ କୌଣସି ରୋଗ ନାହିଁ ତେବେ ଚିକିତ୍ସା ଜରିଆରେ ତାଙ୍କୁ ସୁସ୍ଥ କରାଯାଇପାରିବ।

Comment