ଓଡ଼ିଶାଲାଇଭ୍‌ ବ୍ୟୁରୋcovid testing centers-2

ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଛି। ଦିନକୁ ୫୦ ହଜାରରୁ ଅଧିକ ନୂଆ ମାମଲା ଆସୁଛି। ଦେଶର ବିଭିନ୍ନ ରାଜ୍ୟ କରୋନା ସହ ଲଢ଼ୁଛି। ଏଭଳି ସ୍ଥିତିରେ କରୋନା ମୁକାବିଲା ପାଇଁ ବିଭିନ୍ନ ରାଜ୍ୟକୁ ପାଇଁ କେନ୍ଦ୍ର ସରକାର ଦ୍ୱିତୀୟ ଥର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦ୍ୱିତୀୟ ଦଫାରେ ଓଡ଼ିଶା ସମେତ ୨୨ଟି ରାଜ୍ୟକୁ ୮୯୦ କୋଟି ୩୨ ଲକ୍ଷ ଟଙ୍କା ଦିଆ ଯାଇଛି।

ଏହି ଟଙ୍କା ହସ୍ପିଟାଲ, ବେଡ୍‌, ଆଇସିୟୁ, ଭେଣ୍ଟିଲେଟରର ମେସିନ କିଣିବା ପାଇଁ ଖର୍ଚ୍ଚ ହେବ। କେନ୍ଦ୍ରର ସହାୟତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟୁଇଟ କରି ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୂର୍ବରୁ କରୋନା ମୁକାବିଲା ପାଇଁ ବିଭିନ୍ନ ରାଜ୍ୟକୁ କେନ୍ଦ୍ର ୩ ହଜାର କୋଟି ଟଙ୍କା ଲେଖାଏଁ ଦେଇଥିଲା।

Comment